‘ଟିକି କାଇଁଚ’ ତରଫରୁ ଷଷ୍ଠ ଅଧ୍ୟାୟ ଅନ୍ ଲାଇନ୍ ସାହିତ୍ୟ ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା ‘ଟିକି କାଇଁଚ’ ତରଫରୁ ଷଷ୍ଠ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଆମ ଶିଶୁ ସାହିତ୍ୟ ପ୍ରସଙ୍ଗ ଆଲୋଚନା ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍‌ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ଚାରି ଜଣ ଶିଶୁ ସାହିତ୍ୟିକ ଯୋଗ ଦେଇ ଶିଶୁ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଚାରି ଜଣ ସାହିତ୍ୟିକଙ୍କୁ ଶିଶୁ ସାହିତ୍ୟ ସମ୍ପର୍କୀତ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ମୁଖ୍ୟ ସମ୍ପାଦକ ଓ ସମ୍ପାଦକ । ଏଥିରେ ବଲାଙ୍ଗୀରରୁ ଡ. ଯୁଗଳ କିଶୋର ଷଡ଼ଙ୍ଗୀ, ପୁରୀରୁ ରମେଶ ଚନ୍ଦ୍ର ଦାଶ, ଭୁବନେଶ୍ୱରରୁ ରବୀନ୍ଦ୍ରନାଥ ମାଝୀ ଓ ବୌଦ୍ଧରୁ ଧ୍ରୁବ ଚରଣ ଘିଵେଲା ଯୋଗଦାନ କରି ଶିଶୁ ସାହିତ୍ୟ ଉପରେ ଅନେକ ମତ ଦେଇଥିଲେ । ଆଗକୁ ଟିକି କାଇଁଚର ଅନଲାଇନ୍ ସାହିତ୍ୟ କାର୍ୟ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା। ମୁଖ୍ୟ ମୀନକେତନ ବାରଲେବଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.