csstore

ନୃସିଂହନାଥରେ ଜନକଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ନୃସିଂହନାଥ କଳା ପରିଷଦ ଆନୁକୁଲ୍ୟରେ ନୃସିଂହନାଥ ଓଟିଡିସି ପରିସରରେ ଶନିବାର ନୂଆଁଖାଇ ଭେଟଘାଟ ସହ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଶ୍ୟାମଲାଲ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ, ମୁଖ୍ୟବକ୍ତା ଭାବେ ପାଇକମାଲ ଆଇଆଇସି ବିଶ୍ୱଜିତ୍ ମନବୋଧ, ସମ୍ମାନିତ ଭାବେ ଅତିଥି ସୁବୋଧ ପଣ୍ତା ଏବଂ ଅଜିତ ବାରିକ ଯୋଗ ଦେଇଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡା. ମୋହନ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପାଇକମାଲ ବ୍ଲକ୍ ସ୍ତରୀୟ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ୨୩ ଜଣ ପ୍ରତିଭା ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ଅତିଥିମାନେ ବିଭିନ୍ନକ୍ଷେତ୍ରରେ ପ୍ରତିଭାଧାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରବା ସହ ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ ଓ ଜନ କଲ୍ୟାଣ ସେବାଟ୍ରଷ୍ଟ ତଥା ନୃସିଂହନାଥ କଳା ପରିଷଦର ସମାଜ ସେବା କାମକୁ ପ୍ରଶଂସା କରିଥିଲେ । ଶେଷରେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.