କୁଲତା ସମାଜର ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ହାଟପଦାଠାରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରୁ ଝଣ୍ଡା ଆଣି ସମଗ୍ର ଝାରବନ୍ଧ ସହରରେ ନାଚ, ଗୀତ ମାଧ୍ୟମରେ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ ଏଥିରେ ‌ହଜାର ହଜାର ମହିଳା ପୁରୁଷ ସାମିଲ ହୋଇଥିଲେ । ସମଗ୍ର ଝାରବନ୍ଧ ସହର ପରିକ୍ରମା କରିଥିଲେ ଓ ବିଶାଳ ପଟୁଆରରେ ଝାରବନ୍ଧ ହାଟପଦା‌ଠାରେ ପହଞ୍ଚିଥିଲେ । ହାଟପଦାଠାରେ ପୂଜକ ଅଶୋକ ପ୍ରଧାନ ଓ ଗଣେଶ ଭୋଇ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଦେବୀଙ୍କ ଓ ବାବା ବିଶାସହେଙ୍କ ପୂଜା କାର୍ଯ୍ୟ ତୁଲାଇ ଥିଲେ । ଏଥିରେ କର୍ତ୍ତା ଭାବେ ପ୍ରଫୁଲ୍ଲ ସାହୁ ତାଙ୍କ ସହଧର୍ମିଣୀ‌ଙ୍କ ସହିତ ପୂଜା କାର୍ଯ୍ୟ ତୁଲାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡର ସଭାପତି ଯୋଗେନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବେ ସୋହେଲା‌ ବ୍ଳକ ସଭାପତି ଗଣତନ୍ତ୍ର ପ୍ରପ୍ରଧାନ, ନୂଆପଡ଼ା ଜିଲ୍ଲା ସଭାପତି ଭୈରବ ସାହୁ‌ ଛତିଶଗଡ଼ ରାଜ୍ୟ ସଭାପତି ହରିଶ୍ ‌ସାହୁ‌, ପାଇକମାଲରୁ ଟାଇଲ ଚନ୍ଦ୍ର ଭୋଇ, ପାଇକମାଲ ‌କେନ୍ଦ୍ର ସଭାପତି ନିତ୍ୟାନନ୍ଦ ପ୍ରଧାନ, ବୁରୋମୁଣ୍ଡ କେନ୍ଦ୍ର ସଭାପତି ଗୋବିନ୍ଦ ଗଡତିଆ ପଦ୍ମପୁର ବ୍ଳକ ସଭାପତି ଗୁଣ ସାଗର, ଦହିତା କେନ୍ଦ୍ର ସଭାପତି ସନାତନ ଭୋଇ, ଦେଉଲି କେନ୍ଦ୍ର ସଭାପତି ସତ୍ୟ‌ କୁମାର, ମସାନକୁଣ୍ଡା କେନ୍ଦ୍ର ସଭାପତି ଭୋଲାନାଥ ପ୍ରଧାନ, ମଲଦା କେନ୍ଦ୍ର ସଭାପତି କୁବେର ପ୍ରଧାନ, ମହୁଲପାଲି‌ କେନ୍ଦ୍ର ସଭାପତି ଦୁବରାଜ ପ୍ରଧାନ ଓ ପୂର୍ବତନ ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବ୍ଲକ ସମ୍ପାଦକ ଶ୍ୟାମସୁନ୍ଦର ବେହେରା । ମଞ୍ଜାସୀନ ସମସ୍ତ‌‌ ଅତିଥିମାନଙ୍କୁ ଫୁଲ, ଚନ୍ଦନ ଓ ଉପଢୌକନ ଦେଇ ‌ସ୍ଵାଗତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ହାସ୍ୟ ଓ ବ୍ୟଙ୍ଗ କବି ଲଳିତ ବାରିକ ପ୍ରମୁଖ ତାଙ୍କ କବିତା ମାଧ୍ୟମରେ ଦର୍ଶକମାନଙ୍କୁ ହସାଇ ମନମୁଗ୍ଧ କରୁଥିଲେ । ସେହିପରି ସଞ୍ଚାର ବାହାକ ଅଲେଖ ନିଜର କଳା ମଧ୍ୟରେ ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିଲେ । ସମାଜର କୁନି କୁନି ଝିଅ ମାନଙ୍କ ନୃତ୍ୟ ମଧ୍ୟ ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିଲା । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ନୂଆଁଖାଇ ଭେଟଘାଟ ମହତ୍ୱ ଉପରେ ନିଜ ନିଜ‌ର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ପାଠପଢାରେ ଭଲ‌‌ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସମାଜର ବୟସ୍କ ବୃଦ୍ଧ, ବୃଦ୍ଧାମାନଙ୍କୁ ‌ଓ ଉନ୍ନତ ଚାଷୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସୀମା ସୁରକ୍ଷା ବଲ (ବିଐସ୍‌ଏଫ୍‌)ରେ ସମାଜର ପ୍ରଥମ କାର୍ଯ୍ୟରତ ଝିଅ ମୀନାକ୍ଷୀ ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ବିଶାଳ ଜନସମାଗମ ଦେଖିବାକୁ ମିଳିଥିଲା । ଏହି ଉତ୍ସବରେ ଝାରବନ୍ଧ ବ୍ଲକ ଉପସଭାପତି ମାନଭଞ୍ଜନ ବେହେରା ଆସନ୍ତା ବର୍ଷ ବିଳାସପୁରଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ହେବା ପାଇଁ ସମସ୍ତଙ୍କୁ ସୂଚନା ଦେଇଥିଲେ ଓ ବିଳାସପୁର କୁଲତା ସମାଜର ଜାତିଭାଇମାନଙ୍କୁ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଦେବୀଙ୍କ ଝଣ୍ଡା ପ୍ରଦାନ କରିଥିଲେ । ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ କୁଲତା ସମାଜର ସମସ୍ତ ଜାତିଭାଇ ସହଯୋଗ କରିଥିଲେ ।

Leave A Reply

Your email address will not be published.