ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର ନଁଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ (ସାହୁ) ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନୃସିଂହନାଥ ସ୍ଥିତ ସ୍ୱ-ଜାତୀୟ ଧର୍ମଶାଳାଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ ସଭାପତି, ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ତଥା ଧର୍ମଶାଳା ନିର୍ମାଣ କମିଟି ସଭାପତି ଓ ସଦସ୍ୟ ଉପସ୍ଥିତ ଥାଇ ନିର୍ମାଣାଧିନ ଧର୍ମଶାଳାର ପୂର୍ଣ୍ଣାଙ୍ଗକରଣ ସକାଶେ ପାଣ୍ଠି ସଂଗ୍ରହ ଏବଂ ଆଗାମୀ ଦିନରେ ମହାସଭା ପାଇଁ ପ୍ରସ୍ତୁତି ବୈଠକ ଡିସେମ୍ବର ମାସରେ କରିବାକୁ ସ୍ଥିରୀକୃତ ହୋଇଅଛି । ଉକ୍ତ ବୈଠକରେ ସାର୍କଣ୍ତ ସା, ବେଣୁଧର ସାହୁ, ରାଜକିଶୋର ସାହୁ, ଦୀନେଶ୍ବର ସାହୁ, ଭିକାରୀ ଚରଣ ସାହୁ, ପରମେଶ୍ୱର ସାହୁ, ନବ କିଶୋର ସାହୁ, ସଂକୀର୍ତ୍ତନ ସାହୁଙ୍କ ସମେତ ସମାଜର ଅନେକ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଡ. ଚୈତନ୍ୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen − 15 =