କେନ୍ଦୁପତ୍ର ମେଟ୍ ମାନଙ୍କର ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁନିକେଲ ଗ୍ରାମର ପତର ଫଡିଠାରେ କେନ୍ଦୁପତ୍ର ମେଟ୍, ମୁନସୀ ଓ କେନ୍ଦୁପତ୍ର ତୋଲାଳି ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦ ବାଗଙ୍କ ଅଧ୍ୟକ୍ଷତାରେ ଏକ ଡିଭିଜନ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରତୁଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର ଓ ପାଇକମାଲ ବ୍ଲକ ପଶ୍ଚିମ ଓଡିଶା ଦଳିତ ଅଧିକାର ମଞ୍ଚ ସଭାପତି ତଥା ଉପାୟ ଶ୍ରମିକ ସଂଘ, ମାଣ୍ଡୋସିଲ ସାଧାରଣ ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ, ପୂର୍ଣ୍ଣଚନ୍ଦ୍ର ସୁନା ଉପସ୍ଥିତ ଥିଲେ । ପ୍ରଥମେ ଡ. ବି ଆର୍ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆମ୍ବେଦକରଙ୍କ ଜୀବନୀ ଉପରେ ଆଧାରିତ ଗୀତଗାନ କରିଥିଲେ ତ୍ରିଲୋଚନ ସୁନା । ଶ୍ରମିକ ମାନଙ୍କୁ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଶ୍ରୀ ଜଗତ ପୁଙ୍ଖାନୁପୁଙ୍ଖ ଭାବରେ ତାଙ୍କ ବକ୍ତବ୍ୟରେ ବୁଝାଇଥିଲେ । ସଭାକୁ କଜଲୁ ସୁନା ପରିଚାଳିତ କରିଥିବା ବେଳେ ନବୀନ ଶିକା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ମେଟ୍, ମୁନସୀ ଓ କେନ୍ଦୁପତ୍ର ଶ୍ରମିକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × 4 =