pakka

ସାଇ ବିୟୁଟି ଏକାଡେମୀ ତରଫରୁ ପ୍ରଥମ ବାର୍ଷିକ ମେକ୍‌ଅପ୍‌ ପ୍ରତିଯୋଗିତା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଇ ବିୟୁଟି ଏକାଡେମୀ ବଲାଙ୍ଗିର ତରଫରୁ ପ୍ରଥମ ବାର୍ଷିକ ମେକ୍ଅପ୍‌ ପ୍ରତିଯୋଗିତା ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ସାଇ ବିୟୁଟି ଏକାଡେମୀ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ୩୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ ବଲାଙ୍ଗିରର ମାମୁନି ମେହେର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଲିସା ପଟେଲ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ସୋନପୁରର ଲିଲି ଲବଣ୍ୟା । ସମ୍ବଲପୁରରୁ ବିଶିଷ୍ଟ ବିୟୁଟିସିୟାନ ପ୍ରକାଶିନୀ ପଣ୍ଡା ଓ ସୁନିତା ସୋନି ଏବଂ ବଲାଙ୍ଗିରରୁ ସନ୍ତୋଷି ମେହେର ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇଥିଲେ । ବୀଣାରାଗିଣୀ ମହାପାତ୍ର ସାଇ ବିୟୁଟି ଏକାଡେମୀର ନିର୍ଦ୍ଦେଶିକା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

20 − 15 =