pakka

ପୁଟୁକିଡୁଙ୍ଗୁରି ବିଦ୍ୟାଳୟରେ ପୋଷଣ ସଚେତନତା ଶୋଭାଯାତ୍ରା

l2

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ମାର୍ଗ ଦର୍ଶନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପୋଷଣ ମାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କ୍ରମରେ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ପୁଟୁକିଡୁଙ୍ଗୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ମାସ କାର୍ଯ୍ୟକ୍ରମ ମଧ୍ୟରେ ପୋଷଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ପ୍ରଧାନଙ୍କ ନେତୃତ୍ୱରେ ବିଦ୍ୟାଳୟର ସହ ଶିକ୍ଷକ ବୁଦ୍ଧଦେବ ଭୁଏ, ସୋନୁ ରୋହିଦାସ ପ୍ରମୁଖ ଗ୍ରାମରେ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ଉତ୍ତମ ପୋଷଣର ଆବଶ୍ୟକତା ବାବଦରେ ସଚେତନତା ସୃଷ୍ଟି କରିବା । କିଛି ପନିପରିବାକୁ ଧରି ପିଲାମାନେ ଗାଁ ପରିକ୍ରମା କରିଥିଲେ । ଏଥିରେ ବିଦ୍ୟାଳୟ କ୍ୟାବିନେଟର ମନ୍ତ୍ରୀମଣ୍ଡଳ ସହ ଇକୋ କ୍ଲବର ସଦସ୍ୟ ସଦସ୍ୟାମାନେ ଥାଇ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ । ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନଙ୍କ ଏହି କାର୍ଯ୍ୟକୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଥିଲେ । ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ । ଖାଦ୍ୟ ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗର ତର୍ଜମା ପାଇଁ ପୃଷ୍ଟି ବା ପୋଷଣ ଆବଶ୍ୟକ । ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଏବଂ ପୋଷଣ ଜନିତ ଜ୍ଞାନ ଏକାନ୍ତ ଆବଶ୍ୟକ ବୋଲି ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁ ମତ ପ୍ରକାଶ କରିଛନ୍ତି ।

pp
Leave A Reply

Your email address will not be published.

five × 5 =