ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟନ କଲେ ନରସିଂହ : ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଲେ ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମ ଠାରେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧିବଦ୍ଧ ଭାବେ ୯, ୧୧,୧୫ ଓ ୧୭ ବର୍ଷ ବର୍ଗର ରାଜ୍ୟ ବ୍ୟାଡମିଣ୍ଟନ ରେଙ୍କିଂ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ପ୍ରତିଯୋଗିତାର ସାଗଂଠନିକ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାର ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ବହୁ ଶୀଘ୍ର ବଲାଙ୍ଗିର ଏକ ସ୍ପୋର୍ଟସ ହବ୍‌ରେ ପରିଣତ ହେବ । ଜିଲ୍ଲାରୁ ବିଭିନ୍ନ ଖେଳର ଅନେକ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଛନ୍ତି । କିନ୍ତୁ ଭିତ୍ତିଭୂମି ଅଭାବ ଦୃଷ୍ଟିରୁ ସେମାନେ ତାଙ୍କ ଖେଳ ସ୍ତରରେ ଉନ୍ନତି କରି ପାରୁ ନଥିଲେ, କିନ୍ତୁ ବର୍ତ୍ତମାନ ଆଉ ସେ ସ୍ଥିତି ନାହିଁ । ଏହି ଇନଡୋର ଷ୍ଟାଡିଅମ ଆଗାମୀ ଦିନରେ ଅନେକ ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବ ବୋଲି ଶ୍ରୀ ମିଶ୍ର କହିଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ଯୋଗ ଦେଇ ବଲାଙ୍ଗିରକୁ ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଲଗାତାର ଦ୍ୱିତୀୟ ଥର ସୁଯୋଗ ଦେଇଥିବା ଯୋଗୁଁ ରାଜ୍ୟ ସଂଘ ଓ ଏହି ସୁଯୋଗକୁ ସାମର୍ଥ୍ୟର ସହ ପାଳନ କରୁଥିବା ପାଇଁ ଜିଲ୍ଲା ସଂଘକୁ ସାଧୁବାଦ ଦେଇଥିଲେ । ଆହୁରି ଆଗାମୀ ଦିନରେ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ବଲାଙ୍ଗିର ପ୍ରସ୍ତୁତ ଅଛି, ତାହା ପାଇଁ ଆବଶ୍ୟକ ସମସ୍ତ ଆନୁଶସଙ୍ଗିକ ବ୍ୟବସ୍ଥା ଯଥା ଶୀଘ୍ର ପୂରଣ କରାଯିବ ବୋଲି କହିଥିଲେ । ସେହିପରି ଏସିଆର ସର୍ବବୃହତ ଅଣ୍ଡା ଉତ୍ପାଦନକାରୀ ଫାର୍ମର ପରିଚାଳନା ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳ ଓ ଖେଳାଳିଙ୍କ ଉନ୍ନତି ଦିଗରେ ସମସ୍ତ ପ୍ରୟାସ କରାଯିବା ସହ ବଲାଙ୍ଗିରରେ ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ଆୟୋଜକଙ୍କୁ ସମସ୍ତ ସହେଯାଗ ଯୋଗଇ ଦିଆଯିବ ବୋଲି କହିଥିଲେ । ବଲାଙ୍ଗିର ଏସପି ନିତିନ କୁଶଲକର ବ୍ୟାଡମିଣ୍ଟନ ସଂଘର ଉଦ୍ୟମକୁ ପ୍ରଶଂସା କରିବା ସହ ବ୍ୟାଡମିଣ୍ଟନ ପାଇଁ ସମସ୍ତ ସହଯୋଗ ଯୋଗଇ ଦିଅଯିବା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲ ସଂଘ ସଭାପତି ଗୋପାଲ ପଣ୍ଡା, ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ପିଆର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠି, ସିଏସି ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ରେଫରି ଲକ୍ଷପତି ନନ୍ଦ ଓ ଡେପୁଟି ରେଫରି ଜୟନ୍ତ ମିଶ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଅତିଥିମାନଙ୍କୁ ଜିଲ୍ଲା ସଂଘର କାର୍ଯ୍ୟକର୍ତ୍ତା ମାନେ ଫୁଲତୋଡା ଦେଇ ସ୍ୱାଗତ କତିବା ସହ ମଞ୍ଚକୁ ପାଛୋଟି ନେଇଥିଲେ । ମଞ୍ଚରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଫିତା କାଟି ଖେଳ ଆରମ୍ଭ ଘୋଷଣା କରିଥିଲେ । ପ୍ରଥମ ଦିନରେ ମିନି ଓ ସବ୍ ଜୁନିଅର ବର୍ଗର ସମୁଦାୟ ୮୫ଟି ମ୍ୟାଚ୍ ହେବା ସୂଚନା ରହିଛି । ସହରର ଶହ ଶହ ଛାତ୍ରଛାତ୍ରୀ, ଖେଳପ୍ରେମୀ ପ୍ରତିଯୋଗିତାକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

three × 4 =

error: Content is protected !!