ନିଷ୍ଠା ପରିବାର ବଢାଇଲା ସାହାଯ୍ୟର ହାତ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀରେ ଗାଇସିଲେଟ୍‌ର ଜଣେ କରୋନା ରୋଗରେ ଆଜି ମୃତ୍ୟୁବରଣ କରିଥିବା ବେଳେ ତାଙ୍କର କେହି ଆତ୍ମୀୟ ସ୍ବଜନ ନଥିବା ପ୍ରଶାସନଠୁ ଖବର ପାଇ ନିଷ୍ଠା ପରିବାର ବଢାଇଥିଲା ସାହାଯ୍ୟର ହାତ । କାଳ ବିଲମ୍ବ ନକରି ନିଷ୍ଠା ଟିମ୍ ପହଂଚି ଶବଦାହ କରିଥିଲା । ଏହି ଶବଦାହରେ ନିଷ୍ଠା ପରିବାରର ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମସୁନ୍ଦର ସାହୁ, ସଦସ୍ୟ ବିରେନ୍ଦ୍ର ମହାନନ୍ଦ ଏବଂ ଦୟାନିଧି ଷଡ଼ଂଗୀ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ମୃତକଙ୍କ ଶବଦାହ କରାଯାଉଥିବା ଜାଗା ସାମ୍ନାରେ ପଡିଥିବା ପିପିଇ କିଟ୍, ଗ୍ଲୋବସ୍, ବୋତଲକୁ ନିଷ୍ଠା ପରିବାର ଦ୍ବାରା ସଫା କରାଯାଇଥିଲା । ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ।

Leave A Reply

Your email address will not be published.