ସର୍ଗିପାଲି ଗ୍ରାମରେ କଟକଣା ସହ ମାଁ ପାଟଖଣ୍ଡା ଯାତ୍ରା ପାଳିତ

csstore

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସର୍ଗିପାଲି ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ମାଁ ପାଟଖଣ୍ଡା ଯାତ୍ର ସମ୍ପନ୍ନ ହୋଇଯିଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମାଁ ପାଟଖଣ୍ଡା‌ଙ୍କ ଯାତ୍ର ଚାଲିଥିବା ବେଳେ ଭକ୍ତଙ୍କ ସମାଗମକୁ ବନ୍ଦ କରି ଦିଆଯାଇଥିଲା । କେବଳ ପୂଜକ, ଦେହେରୀ ଓ ପୂଜାର କର୍ମକର୍ତ୍ତା ମିଶି ପୂଜାର ବିଧି ଅନୁସାରେ ତୁଷୁରା ମାଁ ସମଲେଶ୍ଵରୀଙ୍କ ମନ୍ଦିରରୁ ପାଟ ସିନ୍ଦୂର ଆସି ସର୍ଗିପାଲି ଦେ’ଝାର୍‌ରେ ବିଧି ଅନୁସାରେ ରଖାଯାଇଥିଲା ଓ ସନ୍ଧ୍ୟା ସମୟରେ ମାଁ ବିରାଜମାନ ହୋଇ ନିଜ ପୀଠକୁ ପ୍ରବେଶ କରିଥିଲେ । ପୂଜକ ମହନ ସାହୁ ପୂଜାବିଧି କରିଥିବା ବେଳେ ଦେହେରୀ ରଘୁବୀରଙ୍କ ଠାରେ ମାଁ ପାଟଖଣ୍ଡା ପ୍ରବେଶ କରିଥିଲେ । ଭରତ ସାହୁ, ନିର୍ମଳ ସାହୁ, ମଚିନ୍ଦ୍ର ମହାନନ୍ଦ, ଖୁସିରାମ ସାହୁ, ମଚିନ୍ଦ୍ର ପାତ୍ର, ଶଙ୍କର ସାହୁ, ରମେଶ ପାତ୍ର, ସୁଦାମ ନାଏକ, ଶଶିକାନ୍ତ ଦାସ, ଉଦ୍ଧବ ଭୋଇ ଏବଂ ଅନ୍ୟ କେତେଜଣ ସେବକ ମାଁଙ୍କ ସେବା ଯୋଗାଇ ଦେଇଥିବା ବେଳେ ସର୍ଗିପାଲି ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.