pakka

ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି

bbehera
  • ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୫୦ ଏକର ଜମି
  • ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୬୩୪ କୋଟି
  • ପାର୍ବତୀଗିରି ଉଠା ଜଳସେଚନ ଯୋଜନାକୁ ୪୬୪ କୋଟି
  • ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଟୁକୁନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ ସଦା ସର୍ବଦା ପ୍ରୟାସ କରି ଆସିଛନ୍ତି । ସେହି କ୍ରମରେ ଗୁରୁବାର ଦିନ ଜିଲ୍ଲାର ବିଭିନ୍ନ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଯାହା ଅଗାମୀ ଦିନରେ ଜିଲ୍ଲାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିତକା ନିର୍ବାହ କରିବ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଣିଜ୍ୟ, ପରିବହନ ଓ ଜଳସେଚନ ମନ୍ତ୍ରୀ ଟୁକୁନୀ ସାହୁ ସାମ୍ବାଦିକମାନଙ୍କୁ କହିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୫୦ ଏକର ୪୩୭ ଡିସମିଲ ଜମି ବିନା ମୂଲ୍ୟରେ ଲିଜ ସୁତ୍ରରେ ଯୋଗଇଦେବା ନିଷ୍ପତ୍ତି ନେଇଛନ୍ତି । ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପରେ ଭୂତଳ ପାଇପ ଦ୍ୱାରା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୬୩୪ କୋଟି ୧୪ଲକ୍ଷ ଟଙ୍କା ତଥା ପ୍ରକଳ୍ପର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ଆହୁରି ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପକୁ ଶୀଘ୍ର ସମାପ୍ତ କରିବା ପାଇଁ ୩୦ ମାସ ସମୟ ଦିଆଯାଇଛି । ସେହିପରି ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪୬୪ କୋଟି ୪୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଯାହା ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାର ଲକ୍ଷ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ କରିବା ସହ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ । ଲୋୟର ସୁକତେଲ ପ୍ରକଳ୍ପ ବଲାଙ୍ଗିର ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀର ସମେତ ସୋନପୁର ଜିଲ୍ଲାର ତରଭା ଅଂଚଳର ପ୍ରାୟ ୧୩ ହଜାର ହେକ୍ଟର ଚାଷଜମି ଜଳ ସେଚିତ ହୋଇପାରିବ । ସେହିପରି ପାର୍ବତୀଗିରି ଉଠା ଜଳସେଚନ ଯୋଜନା ଦ୍ୱାରା କଳାହାଣ୍ଡ, ବଲାଙ୍ଗିର, ବରଗଡ ଏବଂ ସୋନପୁର ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅଂଚଳର ବିକାଶ ପାଇଁ ଐତିହାସିକ ନିଷ୍ପତ୍ତି ସାବିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକାଭିମୁଖୀ ନିଷ୍ପତ୍ତି ପାଇଁ ମୁଁ ଅଂଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ମନ୍ତ୍ରୀ ଟୁକୁନୀ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ ମେହେର, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ, ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବରିଷ୍ଠ ସଭ୍ୟ ଲକ୍ଷ୍ମଣ ମେହେର, ଯୁବ ନେତା ଲୋଟସ ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ ।

jay balangir
Leave A Reply

Your email address will not be published.

5 + eleven =

error: Content is protected !!