pakka

ଜିଲ୍ଲା ବାହାରୁ କାମ କରି ଆସିଥିବା ଶ୍ରମିକକୁ ନିର୍ଯ୍ୟାତନା ଅଭିଯୋଗ : ଦରମା ନ ଦେଇ ତଡ଼ିଦେଲା ରାଇସମିଲ ମାଲିକ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟି ନ ଯାଇ ପଡ଼ୋଶୀ ଜିଲ୍ଲାକୁ କାମ କରିବାରୁ ଆସିଥିଲେ ଜନୈକ ଶ୍ରମିକ । କାମ କରିବାର ୩ମାସ ପରେ ମଧ୍ୟ ରାଇସମିଲ ମାଲିକ ଉକ୍ତ ଶ୍ରମିକଙ୍କୁ ଦରମା ଟଙ୍କା ନ ଦେଇ ନିର୍ଯ୍ୟାତନା ଦେଇ ତଡ଼ି ଦେଇଥିବା ନେଇ ଶ୍ରମିକ ଜଣକ ବଳାଙ୍ଗିର ଏସ୍‌ପିଙ୍କ ଠାରେ ଶୁକ୍ରବାର ଦିନ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, କନ୍ଧମାଳ ଜିଲ୍ଲା କୁଠଗଡ଼ ଥାନା ଅର୍ନ୍ତଗତ ପାରିଗଡ଼ ଗାଁର ବିରଞ୍ଚି ପ୍ରଧାନ ରାଇସମିଲରେ ମିସ୍ତ୍ରୀ ଭାବେ କାମ କରନ୍ତି । ଯାହାଫଳରେ ସେ ବଲାଙ୍ଗିର ଜିଲ୍ଲା ଖଲିଆବନ୍ଧ ଗାଁରେ ଥିବା ଲକ୍ଷ୍ମୀନାରାୟଣ ମିଲରେ କାମ କରିବାକୁ ଆସିଥିଲେ । ମିଲ ମାଲିକ ବିନୋଦ କେଡ଼ିଆ ସହିତ ଶ୍ରୀ ପ୍ରଧାନଙ୍କର ମାସିକ ୨୦ହଜାର ଟଙ୍କାର ଦରମା ପାଇଁ ଚୁକ୍ତି ହୋଇଥିଲା । କିନ୍ତୁ ପରେ ମାଲିକ ଜଣକ ମାସକୁ ୧୩ହଜାର ଦେବି ବୋଲି ଶ୍ରମିକଙ୍କୁ କହିଥିଲେ । ହାରାହାରି ୩ମାସ କାମ କରିବା ପରେ ଶ୍ରମିକ ଜଣକ ଘରେ ପାରିବାରିକ ଅସୁବିଧା ହେତୁ ଘରକୁ କିଛି ଦିନ ପାଇଁ ଯିବାକୁ କହିବା ସହ ତାଙ୍କର ଦରମା ଟଙ୍କା ଦେବାକୁ କହିବାରୁ ମାଲିକ ଜଣକ ମାତ୍ର ୭ହଜାର ୫୩୦ଟଙ୍କା ଦେଇ ରାଇସମିଲ ଛାଡ଼ି ଚାଲି ଯିବାକୁ କହିବାରୁ ଶ୍ରମିକ ଜଣକ ରାଜି ହୋଇନଥିଲେ । ଫଳରେ ମିଲ ମାଲିକ ଅସଭ୍ୟ ଭାଷାରେ ଗାଲି ଗୁଲଜ କରି ତା ଭାଇ ସହ ଜୋତାରେ ପିଟିବା ପରେ ଶ୍ରମିକର ବ୍ୟାଗ ଛଡ଼ାଇ ନେଇ ଆଉ ୨୭ହଜାର ଟଙ୍କା ଦେବି ନାହିଁ ବୋଲି ବଲାଙ୍ଗିର ଏସ୍‌ପିଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

two × 1 =