csstore

ନୃସିଂହନାଥ ପୀଠରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ବିରାଜମାନ ମହାପ୍ରଭୁ ମାର୍ଜ୍ୟରକେଶରୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ ଦ୍ୱାରା ଲଗ୍ନ ଧାର୍ଯ୍ୟ କରାଯାଇଛି । କୁଳ ପୁରୋହିତ ସୁନୀଲ ପୁରୋହିତ ଓ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ରବିବାର ଦିନ ସକାଳ ୯ଟା ୯ ମିନିଟ୍‌ ୩୩ ସେକେଣ୍ଡରୁ ୯ଟା ୨୪ ମିନିଟ୍‌ ୧୮ ସେକେଣ୍ଡ ମଧ୍ୟରେ ରୀତିନୀତି ଅନୁସାରେ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀ ମାନଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ଆଜି ନବାନ୍ନ ଲଗ୍ନ ଧାର୍ଯ୍ୟ ଅବସରରେ ଆୟୋଜିତ ବୈଠକରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ, ମାତୃ ପ୍ରସାଦ ରଥ, ଡିଗ୍ରୀଧର ଦେବତା, ରଂକମଣି ଦେବତା, ପ୍ରେମାନନ୍ଦ ଦେବତା, ସତ୍ୟଭୂଷଣ ପୁରୋହିତ, ନୃସିଂହ ହୋତା, ସୁଜ୍ଞାନ୍ତ ତ୍ରିପାଠୀ ଓ ସୁବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.