jsm

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ଦ୍ୱାରା ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀ ପ୍ରତିଭା ପାଢ଼ୀଙ୍କ ବଡବଜାର ସ୍ଥିତ ନିଜ ବାସଭବନ ପରିସରରେ ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବରିଷ୍ଟ ସମାଜସେବୀ ଗୋବିନ୍ଦଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟକୁ ଶୁଭ ଉଦ୍‌ଘାଟନ କରିଥିଲେ । ପରେ ନିର୍ବାଚନ ପ୍ରଚାର ପାଇଁ ଏକ ଶୋଭାଯାତ୍ରା ବାହାରି ଥିଲା । ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢ଼ୀ, ଲିଙ୍ଗରାଜ ପଟ୍ଟନାୟକ, ଗୌରୀ ଶଙ୍କର ପାଢ଼ୀ, ବିନୋଦଚନ୍ଦ୍ର ମାହାପାତ୍ର, ଅରୁଣ କୁମାର ପଣ୍ଡା, ମୁରଲୀଧର ଦାଶ, ମଙ୍ଗରାଜ ପଣ୍ଡା, ଅଭିରାମ ଗୌଡ଼, ସୁଦାମ ଜେନା, ଲକ୍ଷ୍ମୀ ଚରଣ ଦାଶ, ବିନୋଦ ସାହୁ, ବ୍ରଜ ପାଣିଗ୍ରାହୀ, ବିଶ୍ଵନାଥ ଦାଶ ପ୍ରମୁଖଙ୍କ ସହ ବହୁ ସମର୍ଥକ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.