
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ, ଜଟଣୀ ବ୍ଲକର ସାମ୍ବିଧାନିକ ସମ୍ମିଳନୀ ଜଟଣୀର ଉତ୍ତରାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ଓଷ୍ଟାର ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାରଙ୍କ ସଭାପତିତ୍ଵରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାଓଷ୍ଟାର ସମ୍ପାଦକ ସୁଧାକର ମହାପାତ୍ର, ଉପଦେଷ୍ଟା ଅମ୍ବିକା ପ୍ରସାଦ ପଟ୍ଟନାୟକ, ଜିଲ୍ଲାର ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ ରତିକାନ୍ତ କହଲସିଂହ, ଖୋର୍ଦ୍ଧା ବ୍ଲକ ସମ୍ପାଦକ ଶରତ ଚନ୍ଦ୍ର ରାଉତ, ଜଟଣୀ ବ୍ଲକ ଓଷ୍ଟାର ସଭାପତି ଓ ସମ୍ପାଦକ ଯଥାକ୍ରମେ ସନ୍ତୋଷ ମିଶ୍ର ଓ ପ୍ରସନ୍ନ ସୁବୁଦ୍ଧି, କାର୍ଯ୍ୟକାରୀ କମିଟିର ସଭ୍ୟ କିଶୋର କୁମାର ସୁବୁଦ୍ଧି ଓ ପ୍ରଦୀପ୍ତ ବେହେରା ଆଦି ଯୋଗ ଦେଇ ପ୍ରଥମ ଅଧିବେଶନରେ ଶିକ୍ଷକ ମାନଙ୍କର ମୁଖ୍ୟ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜଟଣୀର ପ୍ରାୟ ଷୋହଳଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଦ୍ୱିତୀୟ ଅଧିବେଶରେ ଜଟଣୀ ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ନିର୍ବାଚନ ବନ୍ଧୁତ୍ଵ ଭାବେ ହୋଇଥିଲା । ବିଚିତ୍ରାନନ୍ଦ ମହାନ୍ତି ସଭାପତି, ସାରଥୀ ସୁବୁଦ୍ଧି ଓ ସବିତା ମିଶ୍ର ଉପସଭାପତି, ନରେନ୍ଦ୍ର କୁମାର ମୁଦୁଲି ସମ୍ପାଦକ, ରମେଶ ଚନ୍ଦ୍ର ମିଶ୍ର, ଜ୍ୟୋତିରଞ୍ଜନ ଦାସ ଓ ମମତା ସାମନ୍ତସିଂହାର ସମସ୍ତ ଯୁଗ୍ମ ସମ୍ପାଦକ, ଦିବାକର ବାହିନୀପତି ଓ ସାବିତ୍ରୀ ମିଶ୍ର ରାଜ୍ୟ ଇସି ମେମ୍ବର, ଜ୍ୟୋସ୍ନା ରାଣୀ ମହାନ୍ତି, ବିପିନ୍ ବିହାରୀ ଦାସ, ବିଶ୍ୱରଞ୍ଜନ ବଳବନ୍ତରାୟ ଓ ରୋଜିନା ଜେନା ଜିଲ୍ଲା ଇସି ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ । ସର୍ବ ଶେଷରେ ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ପାଠ କରାଯାଇଥିଲା ।