om academy

କଣ୍ଟାମାଳର ଦୁଇ ବୁଥ୍‌ରେ ଶାନ୍ତି ଶୃଙ୍ଖଳାର ସହ ସମାପିତ ହେଲା ସାନି ନିର୍ବାଚନ

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭାରତ ନିର୍ବାଚନ ଆୟୋଗ ୧୩ କନ୍ଧମାଳ ଲୋକସଭା କ୍ଷେତ୍ରର ୮୫ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ ଗୋଟି ମତଦାନ କେନ୍ଦ୍ର ୨୬ କିରାସିରା ଏବଂ ୨୮ ମହେଶ୍ୱର ପିଣ୍ଡାରେ ସାନି ମତଦାନ ପାଇଁ ଆଦେଶ ଦେଇଥିଲେ । ଗୁରୁବାର ଏହି ଦୁଇ କେନ୍ଦ୍ରରେ ସାନି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ସମାପିତ ହୋଇଥିଲା । ଭୋଟ ହାର ୭୯.୯୫ ପ୍ରତିଶତ ରହିଥିଲା । କିରାସିରରେ ୪୫୭ ଜଣ ଓ ମହେଶ୍ୱର ପିଣ୍ଡାରେ ୯୧୧ ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ମେ ୨୦ ତାରିଖରେ ମତଦାନ ସମୟରେ ପ୍ରିଜାଇଡିଂ ଅଫିସର ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାପାଇଁ ଭୋଟର୍ ମାନଙ୍କୁ ବାଧ୍ୟ କରିବା ଓ ବିନା କାରଣରେ ପୋଲିଂ କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଲାଠି ଚାଳନା ତଥା ଫାଙ୍କା ଗୁଳି ଚାଳନା ପର୍ଯ୍ୟନ୍ତ କଥା ଯାଇଥିଲା । ଏପରିକି ଭାରତର ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁସାରେ ବୌଦ୍ଧ ଜିଲ୍ଲାପାଳ ପୋଲିଂ ପାର୍ଟିର ସଦସ୍ୟଙ୍କୁ ନିଲମ୍ବନ ମଧ୍ୟ କରିଥିଲେ । କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଓ ସମର୍ଥକଙ୍କ ଦାବି ତଥା ସତ୍ୟାସତ୍ୟ ଅନୁଧ୍ୟାନ ତଥା ହୃଦୟଙ୍ଗମ କରିବା ପୂର୍ବକ ଭାରତର ନିର୍ବାଚନ କମିଶନ ଉକ୍ତ ଦୁଇ ବୁଥ୍‌ରେ ସାନି ନିର୍ବାଚନ ପାଇଁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.