csstore

ଜିଲ୍ଲାରେ ସୁବ୍ୟବସ୍ଥିତ ରବିଧାନକ୍ରୟ ସହିତ ନିୟନ୍ତ୍ରଣ କକ୍ଷ ଦ୍ୱାରା ତୁରନ୍ତ ଅସୁବିଧାର ସମାଧାନ କରାଯିବ : ଜିଲ୍ଲାପାଳ ଅନ୍ୟା ଦାସ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀମାନଙ୍କ ରବିଧାନ ସୁବିଧାରେ ଏବଂ ବ୍ୟବସ୍ଥିତ ହିସାବରେ ଯୋଗାଣ ବିଭାଗ କ୍ରୟ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଗତ ୨୨ ତାରିଖରେ ବିନିକା ବଜାର ପ୍ରାଙ୍ଗଣରେ ଜିଲ୍ଲାର ଧାନକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଏହା ସହିତ ପ୍ରଶାସନ ତରଫରୁ ଏକ ପ୍ରେସ୍‌ ବିଜ୍ଞ୍ୟପ୍ତି ମାଧ୍ୟମରେ ସୂଚୀତ କରାଯାଇଛି ଯେ, ଜିଲ୍ଲାରେ ଧାନ ବିକ୍ରୟ ସମୟରେ ଚାଷି ମାନଙ୍କ କୌଣସି ଅସୁବିଧା ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ଯୋଗାଣ ବିଭାଗରେ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ଏହାର ଦାୟିତ୍ୱରେ ବିଭିନ୍ନ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି । ସେମାନେ ଚାଷି ମାନଙ୍କର ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ୟା ବୁଝିବା ସହିତ ଜିଲ୍ଲାରେ ଦୈନିକ ଧାନକ୍ରୟର ହିସାବ ରଖିବେ ଏବଂ ମିଲର ମାନଙ୍କ ଦ୍ୱାରା ସମୟୋଚିତ ଧାନ ଉଠାଣ ଉପରେ ଗୁରୁତ୍ୱ ଦେବେ । ଏହି ଜିଲ୍ଲା ସ୍ତରୀୟ ନିୟନ୍ତ୍ରଣ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ମୋବାଇଲ ନମ୍ବରରେ କୌଣସି ଚାଷି ସେମାନଙ୍କ ଧାନ ବିକ୍ରୟ ସମ୍ବନ୍ଧୀୟ ସମସ୍ୟା ଏବଂ ଅଭିଯୋଗ ଜଣାଇପାରିବେ । ସେମାନେ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଇ – ୭୬୦୮୯୫୮୨୮୨, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାଶ- ୯୬୬୮୫୭୪୩୩୪ । ଏହାସହିତ ସୋନପୁର ଓ ତରଭା ବ୍ଲକ୍‌ ପାଇଁ ଡାଟା ଏଣ୍ଟ୍ରି ଅପ୍‌ରେଟର୍‌ ଆଶିଷ କୁମାର ମେହେର- ୮୬୫୮୮୮୯୯୧୨, ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକ ପାଇଁ ଡାଟା ଏଣ୍ଟ୍ରି ଅପ୍‌ରେଟର୍‌ ଶିବଶଙ୍କର ଦାଶ- ୭୭୫୧୮୬୮୮୧୧ ଏବଂ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ୍‌ ପାଇଁ ଡାଟା ଏଣ୍ଟ୍ରି ଅପ୍‌ରେଟର୍‌ ରଞ୍ଜନ ଦୀପ- ୯୮୫୩୨୨୧୭୫୯ଙ୍କ ମୋବାଇଲ ନମ୍ବର ସହିତ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିପାରିବେ ।

jayashree
Leave A Reply

Your email address will not be published.