csstore

ନିଖୋଜ ଶିଶୁଙ୍କୁ ଉଦ୍ଧାର କଲେ ଯୁବ ଗୋଷ୍ଠୀ : ମା’ ବାପାଙ୍କୁ ଧରାଇଲେ ପୁଅର ହାତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ଗାଁର ଗୋପବନ୍ଧୁ ବଗର୍ତ୍ତି, ଗୋକୁଳ ଭୁଏ ପ୍ରମୁଖ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଠିକଣା ମିଳିବା ପରେ ତାଙ୍କ ବାପାଙ୍କୁ ତାଙ୍କର ପୁଅ ଫେରାଇ ଦେଇଥିବା ଜଣାପଡିଛି । ନିଖୋଜ ଥିବା ଶିଶୁ ଜଣକ ଦେଓଗାଁ ବ୍ଳକ ବନ୍ଦପଡ଼ା ସ୍ଥିତ ମାଟୁପରା ଗାଁର ମିଳନ ତାଣ୍ଡି ବୋଲି ଜଣାପଡିଛି । ସୂଚନା ଅନୁସାରେ ସେ ଭଲ ଭାବରେ କଥା କହି ନପାରୁଥିବା ବେଳେ ଘରୁ ବାହାରି ଆସିଥିଲେ ଓ ତାଙ୍କ ଘର କେଉଁଠି ଅଛି ଭୁଲି ଯାଇଥିଲେ । ରାସ୍ତାରେ ଆସୁଥିବା ବେଳେ ସ୍ଥାନୀୟ ଯୁବ ଗୋଷ୍ଠୀ ମାନେ ତାଙ୍କ ଠିକଣାକୁ ନେଇ ପଚରାଉଚରା କରିବା ପରେ ତାଙ୍କର ପରିବାରର ଲୋକଙ୍କୁ ଖବର ଦେଇଥିଲେ ଶିଶୁଙ୍କ ବାପା ଶ୍ରୀଧର ତାଣ୍ଡି ଆସି ନିଖୋଜ ଯୁବକଙ୍କୁ ତାଙ୍କ ଘରକୁ ଫେରାଇ ନେଇଥିବା ବେଳେ ଯୁବ ଗୋଷ୍ଠୀଙ୍କ ଏଭଳି ମାନବିକତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.