csstore

ବଲାଙ୍ଗିର ଯାଦବ ଭବନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଯାଦବ ସମାଜ ପକ୍ଷରୁ କୋଭିିଡ-୧୯ର ନିୟମାବଳୀକୁ ମାନି ଜନ୍ମାଷ୍ଟମୀ ଉତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛିି । ଆଜି ସକାଳୁ କଳସ ସ୍ଥାପନ କରି ଶ୍ରୀକୃଷ୍ଣଙ୍କୁ ଆହ୍ୱାନ କରାଯାଇଥିଲା ପରେ ପରେ ସମସ୍ତ ରୀତିନୀତି ମଧ୍ୟରେ ପୁରୋହିତ ପୂଜା ଆରମ୍ଭ କରିଥିଲେ । ପୂଜା ପରେ ଶ୍ରୀକୃଷ୍ଣ ଭଗବାନଙ୍କ ପ୍ରସାଦ ଭକ୍ତମାନଙ୍କ ଭିତରେ ବଣ୍ଟନ କରାଯାଇଥିଲା । ରୀତି ଅନୁସାରେ ଆସନ୍ତା କାଲି ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାର ସୂଚନା ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଛବିଳ ବଗର୍ତ୍ତି, ଦୂତି ବାହନ ଚନ୍ଦନ, ପ୍ରଦିପ ସେଲମା, ପ୍ରଶାନ୍ତ ମହାକୁର, କରତମଲ ରାଉତ, ହରିଶଙ୍କର ଛତ୍ରିଆ, କିଶୋର ଜାଲ, ଘାସିରାମ ଦିପ, ପଙ୍କଜ ସେଲମା, ଶଙ୍କର ପୋଡ ତଥା ଯାଦବ ସମାଜର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.