pakka

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌ରେ ବୁଡି ବୃଦ୍ଧ ନିଖୋଜ

bbehera

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌ ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପ୍ରତାପପୁର କେନାଲ୍‌ଛକ ନିକଟରେ ସ୍ନାନ ପାଇଁ ଯାଇ ଜଣେ ବୃଦ୍ଧ ଭାସି ଯାଇଥିବାର ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ପ୍ରତାପପୁର ଗ୍ରାମର ଲଛମନ ରାଉତ (୬୫) ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌କୁ ଗାଧେଇବା ପାଇଁ ଯାଇ ଭାସିଯାଇ ଥିବା ସୂଚନା ମିଳିଛି । ଖବର ପ୍ରକାଶ ପାଇବା ପରେ ଗ୍ରାମର ଅନେକ ଲୋକ ଖୋଜାଖୋଜି କରି ନିରାଶ ହେବା ପରେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର କରିଥିଲେ । ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳି ନଥିବା ବେଳେ ପାଣି ବନ୍ଦ କରିବା ପାଇଁ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗକୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

14 − 10 =