pakka

ଜଙ୍ଗଲ ବିଭାଗ କର୍ମଚାରୀ କେଶବ ଚନ୍ଦ୍ର ବେହେରା ନିଖୋଜ

bbehera

ଦେବଗଡ : ଦେବଗଡ ଡିଏଫଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କେଶବ ଚନ୍ଦ୍ର ବେହେରା ଗତ ତିନି ତାରିଖଠାରୁ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । କେଶବଙ୍କ ପରିବାର ଲୋକେ ଏ ସମ୍ପର୍କରେ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମିଳିଥିବା ସୂଚନା ଅନୁସାରେ କେଶବ ଗତ ତିନି ତାରିଖ ଦିନ ଅଫିସକୁ ଆସି ଆଉ ଘରକୁ ଫେରି ନଥିଲେ । ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ରହିଥିବା ବେଳେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ନ ପାଇ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ସ୍ତ୍ରୀ ଏନେଇ କାର୍ଯ୍ୟାଳୟର ଚାପ ରହିଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

jay balangir
Leave A Reply

Your email address will not be published.

15 + 17 =

error: Content is protected !!