pakka

ଗାଧୋଇବା ସମୟରେ ନଦୀରେ ବୁଡି ଜଣେ ନିଖୋଜ

bbehera

କୁଆଖିଆ : ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ସ୍ଥିତ ଖରସ୍ରୋତା ନଦୀରେ ଆଜି ଅପରାହ୍ନରେ ଜଣେ ବୁଡି ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟସ୍ଥ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ୩ ଜଣ ଯୁବକ ଉକ୍ତ ସ୍ଥାନରେ ଅପରାହ୍ନ ସମୟରେ ଗାଧୋଇବାକୁ ଆସିଥିଲେ । ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ନଦୀରେ ନିଖୋଜ ହୋଇଯାଇଥିଲେ । ଘଟଣାସ୍ଥଳରେ ଯାଜପୁର ଥାନା ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

1 × one =