pakka

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ତୃତୀୟ ଦିବସ : ଉତ୍ପାଦର ବ୍ରାଣ୍ଡିଂ ଓ ପ୍ୟାକେଜିଙ୍ଗ ସହ ଉଦ୍ୟୋଗ ସଂକ୍ରାନ୍ତୀୟ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ତୃତୀୟ ଦିବସରେ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆଇଆଇପି, କଲିକତାର ଅରବିନ୍ଦ ଭଟ୍ଟାଚାର୍ଯ୍ୟ ଉତ୍ପାଦର ବ୍ରାଣ୍ଡିଂ ଓ ପ୍ୟାକେଜିଙ୍ଗ ଉପରେ ଆଲୋଚନା କରିଥିଲେ । ଉତ୍ପାଦ ପାଇଁ କିଭଳି ପ୍ୟାକେଜିଙ୍ଗ କଲେ ତାର ଗୁଣବତ୍ତା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେସବୁର ବଜାରୀକରଣର ସୁବିଧା ହୋଇପାରିବ ସେ ସମ୍ପର୍କରେ ବୁଝାଇଥିଲେ । ସେହିପରି ଉତ୍ପାଦର ବ୍ରାଣ୍ଡିଂ ପାଇଁ କେଉଁ ସବୁ ପ୍ରକ୍ରିୟା ଅବଲମ୍ବନ କରାଯାଇ ବଜାରରେ ସ୍ଥାୟୀ ରୂପେ ରଖାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ରାଉରକେଲାର ଏମଏସଏମଇ, ଡ଼ିଏଫଓ ଦୀପକ କୁମାର ନାୟକ ଜେଡ଼ଇଡ଼ି ସମ୍ପର୍କରେ ବୁଝାଇଥିଲେ । କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ଆଗେଇ ନେବା ପାଇଁ ସଚେତନତାର ଆବଶ୍ୟକତା ରହିଛି ଯାହାକି ଜେଡ଼ଇଡ଼ି ସାର୍ଟିଫିକେସନ ଦ୍ଵାରା କିଛି ଜଟିଳ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ପରେ ଶିଳ୍ପ ପ୍ରୋତ୍ସାହନ ଅଧିକାରୀ ଦେବାନନ୍ଦ ପ୍ରଧାନ ପିଏମଇଜିପି ଜରିଆରେ ଶିଳ୍ପ ତଥା ବାଣିଜ୍ୟ କରିବା ନିମନ୍ତେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ବଲାଙ୍ଗିର ରିଲାଏନ୍ସ ଏଜୁକେସନ କମ୍ପ୍ଲେକ୍ସର ମନୋଜ କୁମାର ମିଶ୍ର ଶିଳ୍ପଦ୍ୟୋଗୀ ଓ ଶିଳ୍ପ ତାଲିମ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ନାରୀଶକ୍ତି ମସଲା ଉଦ୍ୟୋଗ, ବରଗାଁର ସଭାନେତ୍ରୀ ଗୀତା ଦାସ ମହିଳାମାନେ ଉଦ୍ୟୋଗୀ ହେବା ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ ହେବା ସହ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ । ମେହେର ଫୁଟୱେର, ଟିଟିଲାଗଡର ବିଜୟ ମେହେର ଜଣେ ସଫଳ ଉଦ୍ୟୋଗୀ ହେବା ନିମନ୍ତେ ଯେଉଁ ସବୁ ପ୍ରକ୍ରିୟାର ଆବଶ୍ୟକତା ରହିଛି ତାହା ଆଲୋକପାତ କରିବା ସହ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ବିଷ୍ଣୁ ପ୍ରସାଦ ଦାଶ ନିଜର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.

5 × one =