pakka

ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କଲା ଜଣେ ସଇତାନ୍‌ ପ୍ରେମିକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଜଣେ ସଇତାନ୍‌ ପ୍ରେମିକ । ଏଭଳି ଏକ ଘଟଣା ସାରା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଲର୍କିପାଲିର ଦାସ ବାଗ ନାମକ ଜଣେ ବ୍ୟକ୍ତି ଜଣେ ଅନ୍ୟ ଘରେ କାମ କରି ଗୁଜୁରାଣ ମେଂଟାଉଥିବା ଯୁବତୀଙ୍କୁ ଭଲପାଉଥିବା ବେଳେ ଗତ ୫ ତାରିଖ ଦିନ ରାତି ସମୟରେ ଫୋନ କରି ପ୍ରେମିକାଙ୍କୁ ଡାକିବାରୁ ପ୍ରେମିକା ଜଣକ ମନା କରି ଦେଇଥିଲେ । ତେବେ ୬ ତାରିଖ ଦିନ ରାତ୍ର ସାଢେ ୮ଟା ସମୟରେ କାମ ସାରିି ଯୁବତୀ ଜଣକ କନ୍ଧପାଲିପଡା ବନ୍ଧ ପାଖ ଦେଇ ଘରକୁ ଫେରୁଥିବା ସମୟରେ ଦାସ ବାଗ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା । ଯୁବତୀ ଜଣକ ଏଥିରେ ରାଜି ନ ହେବାରୁ ଦାସ ବାଗ ପ୍ରେମିକାଙ୍କ ମୁଣ୍ଡ, କାନ ଓ ଶରୀରର ବିଭିନ୍ନ ଅଙ୍ଗକୁ ଛୁରୀରେ ଆକ୍ରମଣ କରିଥିଲା । ଏହି ଘଟଣାର ତଦନ୍ତ କରି ବଲାଙ୍ଗିର ଟାଉନ୍‌ ପୋଲିସ ପକ୍ଷରୁ ଅଭିଯୁକ୍ତ ଦାସ ବାଗ(୩୬)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

18 − seven =