pakka

ଜିଲ୍ଲାର ୨୬ ଜଣଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଅଧସ୍ଥନ କର୍ମଚାରୀ ଚୟନ ଆୟୋଗଙ୍କ ଆଦେଶ ସଂଖ୍ୟା ୨୧୨, ତା ୨୭/୦୨/୨୪ ରିଖରେ ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତି ରାଜ ବିଭାଗ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଖାଲିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ନିମନ୍ତେ ୨୬ ଜଣଙ୍କୁ ନିଯୁକ୍ତି ନିମନ୍ତେ ଚୟନ କରିଛନ୍ତି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଉପରୋକ୍ତ ଚୟନ ହୋଇଥିବା ନବ ନିଯୁକ୍ତ ୨୬ ଜଣଙ୍କୁ ଆଜି କାର୍ଯ୍ୟାଳୟ ପ୍ରକୋଷ୍ଠରେ ନିଯୁକ୍ତିପତ୍ର ପ୍ରଦାନ କରି ସମସ୍ତ ନବନିଯୁକ୍ତଙ୍କ ଶୁଭ କାମନା କରିଛନ୍ତି । ସମସ୍ତ ନବନିଯୁକ୍ତ ନିଜ ନିଜର କର୍ମ କ୍ଷେତ୍ରରେ ସାଧୁତା ସହ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ କର୍ତ୍ତବ୍ୟନିଷ୍ଠ ଭାବେ ଜନସାଧାରଣ ତଥା ସମାଜର ସେବା କରିବାକୁ ପରାମର୍ଶ ଦେଇଛନ୍ତି । ଏହି ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବିଭାଗୀୟ ବରିଷ୍ଠ ସହାୟକ ସୂର୍ଯ୍ୟନାରାୟଣ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ନବନିଯୁକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

five × one =