pr

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ସରକାର ଓ ପ୍ରଶାସନିକ ଅଧିକାରୀମାନଙ୍କ ନିଦ ଭାଙ୍ଗିଛି

dr. purohit

କେସିଙ୍ଗା, (ପ୍ରୀତେଶ ପଟେଲ) : ଛାତ୍ରୀମାନଙ୍କ ଶିକ୍ଷାନୁଷ୍ଠାନମାନଙ୍କରେ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସରକାର ପୂର୍ବରୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିଲା । ଯାହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଇଛି । ଏହି କ୍ଷେତ୍ରରେ କେସିଙ୍ଗା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ସଚେତନ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଯୋଗଦେଇଥିଲେ । ବାଲେଶ୍ଵର ଜିଲ୍ଲା ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହତ୍ୟା ଘଟଣା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଘଟଣାର ପୁନରାବୃତ୍ତି ଯେପରି ନହେବ ସେଥିପ୍ରତି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଜିଲ୍ଲାପାଳ ସଚିନ ପାୱାର କେସିଙ୍ଗା ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରୀମାନଙ୍କୁ ସରକାର ଛାତ୍ରୀମାନଙ୍କ ସୁରକ୍ଷା ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କହିବା ସହିତ ଆଗାମୀ ଦିନରେ କମିଟି ଗଠନ କରିବା ସହିତ କମିଟିରେ କିଏ କିଏ ରହିବେ କମିଟି କିପରି କାର୍ଯ୍ୟ କରାଯିବ, ଛାତ୍ରୀମାନେ କିଭଳି ଅଭିଯୋଗ କରିବେ ସେହି ବିଷୟରେ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମୋନାଲିସା ବିଶ୍ଵାଳ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ସଚେତନତା ବିଷୟରେ ବୁଝାଇଥିଲେ ।

nrusinghnath
Leave A Reply

Your email address will not be published.