pr

ଗିନିଜ ବୁକ୍ ଅଫ ୱାଲ୍ଡରେ ସ୍ଥାନ ପାଇଥିବା ବିଏସ୍‌ଏର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

dr. purohit

କେସିଙ୍ଗା, (ପ୍ରୀତେଶ ପଟେଲ) : ଦେଶର ୭୩ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଓ ବରଗଡ଼ର ରବିରତନ ସାହୁ ଓ ତାଙ୍କ ସାଥୀଙ୍କ ମିଶ୍ରଣରେ ଅନୁଷ୍ଠିତ ଫିଉଜନରେ ଡାଲଖାଇ ନୃତ୍ୟରେ ସମୁଦାୟ ୫ ହଜାର କଳାକାର ଏକା ସାଥିରେ ସମ୍ବଲପୁରୀ ଡାଲଖାଇ ନୃତ୍ୟ ପରିବେଷଣ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ଲିପିବଦ୍ଧ କରିଥିଲେ । ସେହି ୫ ହଜାର କଳାକାରମାନଙ୍କ ମଧ୍ୟରେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ କଳାକାର ସାମିଲ ହୋଇ ନିଜ ଅନୁଷ୍ଠାନ ସମେତ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିଲେ । ସେହି ୬୦ଜଣ କଳାକାରମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଛନ୍ତି । ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ନୂତନ ସଭାଗୃହଠାରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପିଡି ଦୟାମୟ ପାଢ଼ୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ, କେସିଙ୍ଗା ସିଟିଜନ ଫୋରମ୍ ସଭାପତି ଡାକ୍ତର ହେମସାଗର ଶାହା ଓ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନେ ସମସ୍ତ କଳାକାରମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ମାନ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କର୍ମକର୍ତ୍ତା ଅଞ୍ଚଳର ବୁଦ୍ଧିଜିବୀ ଓ ଅଞ୍ଚଳର ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.