ନିଆରା ଉଦ୍ୟମ କଲେ ଝିଅ ଟିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଗିଦମାଲ ଗ୍ରାମର ସାଗରିକା ସାହୁ, ଝିଅ ଟି ନିଆରା ଉଦ୍ୟମ କରିଛନ୍ତି କୁନି ଝିଅ ମାନଙ୍କ ସାଥେ । ସେଇ କୁନି ଝିଅ ମାନେ ହେଲେ ପିଙ୍କି, ବର୍ଷା, ଅଞ୍ଜଲି ସୁପିୟା, ରଞ୍ଜୁ, ସୁନିତା ପ୍ରମୁଖ ଏମାନେ ସମସ୍ତେ ଅନେକ ଗଛ ମାନଙ୍କରେ ପାତ୍ର ମାନ, ବୋତଲ ବାନ୍ଧିଛନ୍ତି ପାଣି ଭର୍ତ୍ତିକରି । ପକ୍ଷୀ, ପିମ୍ପୁଡ଼ି, ଝିନ୍ଟିକା ଏବଂ ଏଣ୍ଡୁଅ ଏମାନେ ପାଣି ଟୋପାଏ ନ ପାଇବାରୁ । କେତେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ସେଇ କଥା ଭାବି ସାଗରିକା । ଏହି ଉଦ୍ୟମ ଚଳାଇଛନ୍ତି । ଏହି ତାଣ୍ଡବ ଖରା ରେ। ଏଇ କାମ ଗ୍ରାମରେ ଅନେକ ଲୋକ ଦେଖି ଝିଅମାନଙ୍କୁ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

9 − 3 =