om academy

ପାଳ ଗଦାରେ ଲାଗିଲା ନିଆଁ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗଡ଼ଭାଟି ଗ୍ରାମରେ ପାଳ ଗଦାରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲା ଅନ୍ୟ କୃଷକଙ୍କ ପାଳଗଦା । ନିଜ ଗୃହପାଳିତ ପଶୁଙ୍କୁ ଗୋଟିଏ ବର୍ଷ ଯାଏଁ ଖୁଆଇବା ଦେବା ପାଇଁ ଅତି ଯତନରେ ପାଳକୁ ସାଇତି ରଖିଥିଲେ କୃଷକ ବନମାଳୀ ବାରିହା । ହେଲେ ଆଜି ୪ ଟାରେ କିପରି ନିଆଁ ଲାଗିଲା ପାଳ ଗଦାରେ, ସେ ଜାଣି ପାରିନାହା‌ନ୍ତି । ନିଆଁ ଲାଗିବା ପରେ ସେ ଦମକଳ ବାହିନୀକୁ ଜଣାଥିଲେ, ଖବର ପାଇବା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଏହାର ଆଖପାଖରେ ଅନେକ ପାଳ ଗଦା ଅଛି । ତେଣୁ ଗ୍ରାମବାସୀମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । କାରଣ ତାଙ୍କର ପାଳ ଗଦା ପୋଡିଗଲେ, ତାଙ୍କର ଗୃହପାଳିତ ପଶୁ ବଞ୍ଚିବେ କିପରି ? ତେଣୁ ଗ୍ରାମବାସୀମାନେ ମଧ୍ୟ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ ।

Leave A Reply

Your email address will not be published.