pakka

ନିଆଁରେ ଜଳି ବିକଳାଙ୍ଗ ଯୁବକଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ନିଆଁରେ ପୋଡ଼ି ଜଣେ ବିକଳାଙ୍ଗ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ମତେ ଘୁନସର ଗାଁର ଲେଖା ରଣାଙ୍କ ପୁଅ ଟିକେଶ୍ୱର ରଣା(୧୫) ଦୀର୍ଘ ୧୪ ବର୍ଷ ହେବ ଖଟରେ ହିଁ ତାଙ୍କ ଜୀବନ ବିତୁଥିଲା । କିନ୍ତୁ ବିଦିର ବିଧାନ ସାମ୍‌ନାରେ ସବୁ ତୁଚ୍ଛ ହୋଇଯାଏ । ଆଜି ସକାଳୁ ସକାଳୁ ତାଙ୍କ ମାଆ ବାପା କିଛି କାମ ପାଇଁ ବାହାରକୁ ଯାଇଥିଲେ ହେଲେ ଘରେ କେହି ନ ଥିବା ବେଳେ ନିଆଁରେ ପୋଡ଼ି ତାଙ୍କ ମୃତ୍ୟୁ ହୋଇଛି । ଖବର ପାଇବା ପରେ ଘଟଣା ସ୍ଥଳରେ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଏଏସ୍‌ଆଇ ସଂଗୀତ ବେକ ପହଁଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

3 × one =