pakka

କଂଗ୍ରେସ ଦଳରେ ଯୋଗଦେଲେ ଦେଓଗାଁ ବିଜେଡି ନେତା

bbehera
  • ସମରେନ୍ଦ୍ରଙ୍କ ନେତୃତ୍ୱ ଓ ନରସିଂହଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ହେଲେ ଅନୁପ୍ରାଣିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୦.୩୦ରେ ଦେଓଗାଁ ବ୍ଲକ ସ୍ଥିତ ଦେଓଗାଁ କଛାରପାଲି ଅଂଚଳର ବିଜେଡିର ଆଗଧାଡିର ଯୁବନେତାମାନେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ଏଆଇସିସି ସଦସ୍ୟ ତଥା ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା ଦୂରଦୃଷ୍ଟି ଅତ୍ମୀୟତା ଏବଂ ଦୃଢ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ବିଜେଡି ଯୁବନେତାମାନେ କି ଦେଓଗାଁ ବ୍ଲକ ଅଞ୍ଚଳରେ ବିଜେଡି ଦଳର ନେତୃତ୍ୱ ନେଉଥିଲେ, ସେମାନେ ଆଜି ବିଜେଡି ତ୍ୟାଗ କରି କଂଗ୍ରେସ ଦଳରେ ମିଶିଯାଇଛନ୍ତି । ଏ ଅବସରରେ ଯୋଗଦେଇଥିବା ନେତାମାନେ କହିଛନ୍ତି ଯେ ବିଜୁ ଜନତା ଦଳର ସରକାର ରାଜ୍ୟରେ ଦୀର୍ଘ ୨୪ ବର୍ଷ ଶାସନରେ ଥିଲେ ମଧ୍ୟ ରାଜ୍ୟର ଛାତ୍ର ଯୁବକ କୃଷକ ଶ୍ରମିକଙ୍କ ଜୀବନ ଧାରଣରେ କୌଣସି ପରିର୍ବନ ହୋଇପାରିନାହିଁ, ଏପରିକି ବେରୋଜଗାର ଯୁବକଙ୍କ ପାଇଁ କୌଣସି ନୂଆଁ ଶିଳ୍ପ କିମ୍ବା କର୍ମ ସଂସ୍ଥାନର ବ୍ୟବସ୍ଥାରେ ସରକାର ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛନ୍ତି । ତେଣୁ ଯୁବକମାନଙ୍କ ପାଇଁ କଂଗ୍ରେସ ଏକ ମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ଆଜି ଯୋଗ ଦେଇଥିବା ସମସ୍ତ ଯୁବନେତାମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଯୋଗୁଁ ଦେଓଗାଁ ଅଂଚଳରେ କଂଗ୍ରେସ ଆହୁରି ମଜଭୁତ ହୋଇ ଲୋକଙ୍କ ସେବା କରିବା ବୋଲି କହିଛନ୍ତି । ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଯୁବନେତାମାନେ ହେଲେ ଦେଓଗାଁ ଅଞ୍ଚଳର ଜଣାଶୁଣା ଟିଂକୁ ଅଗ୍ରୱାଲ, ସଞ୍ଜୟ ହୋତା, ରାଜକିଶୋର ସାହୁ, କେଶବ ରଣା, ପିକେ ରଣା, କେଶବ ରଣା, ଅଜୟ ସିଂ ପଧାନୀ ଓ ଜିତେନ୍ଦ୍ର ରଣା । ଏହି ମିଶ୍ରଣ ପର୍ବରେ ପୌରାଞ୍ଚଳ ଅନ୍ତର୍ଗତ ୨୧ ନମ୍ବର ୱାର୍ଡର ଗୋବିନ୍ଦ ପଟେଲ, ଶିରାଜ, ଟିନୁ, ବିକାଶ ପଟନାୟକ, ମୋହମଦ ରସିଦ, ଦେବୀ ମହାନ୍ତି, ବ୍ରଜରାଜ ସାହୁ, ରାଜା କଳସଇ, ସଂଜୀବ ତ୍ରିପାଠୀ ପ୍ରମୁଖ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

jay balangir
Leave A Reply

Your email address will not be published.

six − 4 =

error: Content is protected !!