pakka

ବାଲିଗୁଡ଼ାରେ ପହଞ୍ଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ

bbehera

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପହଂଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ବାଲିଗୁଡା ଉପଜିଲ୍ଲାପାଳ ଡ଼. ରୀନା ପ୍ରଧାନନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇଟି ଷ୍ଟ୍ରଙ୍ଗ୍ ରୁମ୍‌ରେ ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ୍‌ ରଖାଯାଇଛି । କଡ଼ା ସୁରକ୍ଷା ବଳୟରେ ବାଲିଗୁଡ଼ା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ଜି. ଉଦୟଗିରି ପାଇଁ ଆଦିବାସୀ ମହାବିଦ୍ୟାଳୟ ପରିସର ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖାଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ଅବାଧ, ନିରପେକ୍ଷ, ନିର୍ଭୁଲ ଓ ନିର୍ଭିକ ଭାବରେ ଯେଭଳି ଭୋଟର ମତ ସାବ୍ୟସ୍ତ କରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଜାରୀ ରହିଛି । ଏଥି ସହିତ ସମସ୍ତ ବୁଥ୍‌ରେ କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ତାହାକୁ ମଧ୍ୟ ଗୁରୁତ୍ୱ ଦେଉଛି ପ୍ରଶାସନ । ସେପଟେ ଷ୍ଟ୍ରଙ୍ଗ୍ ରୁମ୍‌ରେ ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ୍‌ ରଖିବା ସମୟରେ ଉପଜିଲ୍ଲାପାଳଙ୍କ ସମେତ ବାଲିଗୁଡ଼ା ତହସିଲ୍‌ଦାର, ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ଉପସ୍ଥିତରେ ମେସିନ୍‌ ଗୁଡିକ ରଖାଯାଇଛି ।

jay balangir
Leave A Reply

Your email address will not be published.

8 + 16 =