pakka

ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୱାର୍ଡ ନଂ.୧୪ ଓ ୧୫ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଭା ପ୍ରାରମ୍ଭରେ ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ ଜଳ ଯୋଗାଣ ନିୟମିତ ପାଇବା ପାଇଁ ଓ ଏହା ଦାଉରୁ ରକ୍ଷା ପାଇବା ପାଇଁ ଉପରସ୍ତ ବିଭାଗକୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ କରାଯାଇଥିଲା । ମାଲପଡା ରାସ୍ତା ଗୁଡିକ ଖାଲଖମାରରେ ପରିଣତ ହୋଇଗଲାଣି । ଡ୍ରେନ୍‌ ଗୁଡିକ ମାଟିରେ ଅଛି, ଲୋକେ ବହୁତ ଅସୁବିଧାରେ ଯଥା ଦୁର୍ଘଟଣାମାନ ଘଟୁଛି । ଏଣୁ ପୌରପାଳିକାଙ୍କୁ ଅନୁରୋଧ ମଧ୍ୟ କଲେ ଉଚିତ୍‌ କାର୍ଯ୍ୟ ଶିଘ୍ର କରାଯିବ କହି ଦିନଗଡାଇ ଚାଲିଛନ୍ତି । ପିଚୁ ରାସ୍ତା ଟିକ୍ରାପଡା ସ୍କୁଲ ଛକରୁ ଆଶୁତୋଷ ଛକ ରାସ୍ତା ଦେଖିଲେ କାର୍ଯ୍ୟକାରିତା ଜଣା ପଡିବ । ନାନା ଦୁର୍ଘଟଣାମାନେ ପ୍ରତିଦିନ ଘଟି ଆସୁଛି । କାମ ଶିଘ୍ର ହୋଇଯିବ କହି ପ୍ରତିଶୃତି କେବଳ ମିଳୁଛି । ଅନ୍ୟ ରାସ୍ତା ଗୁଡିକ ସିମେଣ୍ଟ ଚକି ବସାଇ ଲୋକଙ୍କୁ ସନ୍ତୋଷ କରୁଛନ୍ତି । ରାସ୍ତାମାନ ଖାଲଖମାରେ ପରିଣତ ହୋଇ ଗଲାଣି । ମାଲପଡା ସ୍କୁଲ ଗୃହ ଗୁଡିକ ଭଙ୍ଗା ଅବସ୍ଥାରେ ପରିଣତ ହେଲାଣି । ତାହା ଯେ ଦେଖିଲେ ଜାଣିପାରିବେ । ଏଣୁ ଏ ସମ୍ବନ୍ଧରେ ଶିକ୍ଷା ବିଭାଗ ଆସି ଦେଖିଲେ ଜାଣି ପାରିବେ । ଛୋଟ ପିଲାଙ୍କ ପାଠପଢାରେ ଅସୁବିଧା ହେଉଛି । ଏ ସମ୍ବନ୍ଧରେ ଶିକ୍ଷା ବିଭାଗ ଦୃଷ୍ଟି ଦେବା ପାଇଁ ଅନୁରୋଧ । ବୈଠକରେ ପ୍ରଫେସର ତରୁଣ କୁମାର ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ଆକୁଳ ବେହେରା, ବସୁଦେବ ନାଗ, ଦିବାକର ହୋତା, ପଂଚାସୀନ ସେଠ, ଦିବ୍ୟଜିତ ଯୋଷୀ, କାଉନ୍‌ସିଲ୍‌ର ମହେନ୍ଦ୍ର ବାଗ, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇଥିଲେ ।

jay balangir
Leave A Reply

Your email address will not be published.

eight + seventeen =

error: Content is protected !!