pakka

ବିଜେଡି କର୍ମୀ ସମ୍ମିଳନୀ : ଆୟୁବ ଖାଁଙ୍କୁ ଦଳୀୟ ଟିକେଟ୍‌ ପାଇଁ କର୍ମୀଙ୍କ ଦାବୀ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ସ୍ଥାନୀୟ ମୁସ୍‌ଲିମ୍‌ ସରେଇରେ ଶୁକ୍ରବାର ଦିନ ହୋଇଛି । ନିର୍ବାଚନ ମଣ୍ଡଳୀର ତୁରେକେଲା ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍ ସହ କଣ୍ଟାବାଞ୍ଜି ଏନ୍ଏସିର ବିଜେଡି କର୍ମୀ ସାମିଲ ଥିଲେ । କର୍ମୀ ସମ୍ମିଳନୀରେ ମୁରିବାହାଲ ବ୍ଲକ୍ ଚେୟାରମେନ ହରିବନ୍ଧୁ ମେହେର ସହ ବିଭିନ୍ନ ବ୍ଲକ୍‌ର ପ୍ରତିନିଧି ମଞ୍ଚାସୀନ ଥିଲେ । କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରକାର କର୍ମୀ ମଧ୍ୟରେ ଫାଟ ନାହିଁ, କେତେକ ଅନ୍ୟ ଦଳରୁ ଆସି ବିଭ୍ରାଟ କରୁଛନ୍ତି ବୋଲି କର୍ମୀମାନେ କହିଥିଲେ । ଆୟୁବ ଖାଁଙ୍କ ୧୦ବର୍ଷର ବିଧାୟକ ସମୟରେ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ହୋଇଛି । ଶିକ୍ଷା ସ୍ୱାସ୍ଥ୍ୟ ରାସ୍ତାଘାଟଠାରୁ ବ୍ରିଜ୍‌ ନିର୍ମାଣ ହୋଇ ପାରିଛି । ୧୦ ବର୍ଷର ବିଧାୟକ ଥିବା ବେଳେ ଯାହା ବିକାଶ ହୋଇଛି ତାହା ୫୦ ବର୍ଷରେ ମଧ୍ୟ ହୋଇ ନଥିବା ବେଳେ ବର୍ତ୍ତମାନର ବିଧାୟକଙ୍କ ୨୦ ବର୍ଷର ବିଧାୟକ ଥିବା ବେଳେ କରିପାରି ନଥିବା ପୂର୍ବତନ ବିଧାୟକ ଆୟୁବ ଖାଁ ନିଜ ବକ୍ତବ୍ୟରେ କହିଥିଲେ । ଅଞ୍ଚଳର ବିକାଶ ପାଇଁ ଆୟୁବ ଖାଁ ହିଁ ଏକମାତ୍ର ବିକଳ୍ପ । ବିଧାୟକ ନଥିବା ସମୟରେ ମଧ୍ୟ ଦଳ ପାଇଁ କାମ କରିଥିବା ବେଳେ ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଜନସାଧାରଣରେ ପହଞ୍ଚିଥିବା ବିଷୟ କର୍ମୀମାନେ କହିଥିଲେ । କଣ୍ଟାବାଞ୍ଜିରେ ବିଜେଡିର ବିଜୟୀ ପ୍ରାର୍ଥୀ ଆୟୁବ ଖାଁଙ୍କୁ ଟିକଟ୍‌ ଦେବା ପାଇଁ ସ୍ଲୋଗାନ ଦେଇଥିଲେ । ସଭାକୁ ଫିରୋଜ ଖାଁ ସଞ୍ଚାଳନ କରିଥିଲେ । ସଭାରେ ସହସ୍ରାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twelve − 4 =