jayashree

ନଭେମ୍ବର ୯ରୁ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ : ପ୍ରତିଦିନ ରହିବ ପ୍ରସାଦ ସେବନ ବ୍ୟବସ୍ଥା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପବିତ୍ର କାର୍ତ୍ତିକ ମାସ ଅବସରରେ ବାଲିଗୁଡ଼ା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଆୟୋଜନ କରାଯାଉଛି । ଏହି ଅବସରରେ ନଭେମ୍ବର ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହେବ । ଏହି ସପ୍ତାହ ବ୍ୟାପୀ ଧାର୍ମିକ କାର୍ଯ୍ୟକ୍ରମରେ କଥା ବ୍ୟାସ ଭାବେ ଶ୍ରୀପାଦ ଭକ୍ତି ବେଦାନ୍ତ ବୋଧା ବାଧାୟନ ମହାରାଜ ଯୋଗଦେଇ ଶ୍ରୀମଦ୍ ଭାଗବତର ମହତ୍ତ୍ୱ, ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା, ଭକ୍ତି, ଧର୍ମ, କର୍ମ ଓ ମାନବ ଜୀବନରେ ଆଧ୍ୟାତ୍ମିକ ଚେତନାର ଗୁରୁତ୍ୱ ସମ୍ପର୍କରେ ପ୍ରବଚନ ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ଯୋଗଦେଉଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି । ଏହି ଧାର୍ମିକ ଆୟୋଜନକୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ବାଲିଗୁଡ଼ାର ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତବୃନ୍ଦ ମିଳିତ ଭାବେ ଆୟୋଜନ କରୁଛନ୍ତି । ଏହି ପବିତ୍ର ଭାଗବତ କଥାରେ ସହର ତଥା ଆଖପାଖ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ଯୋଗଦେଇ ଆଧ୍ୟାତ୍ମିକ ଜ୍ଞାନ ଓ ଭକ୍ତିରସ ଆସ୍ୱାଦନ କରିବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.