jsm

ସମାଜସେବୀ ବେଣୁଧର ବେହେରାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ବିଜେପି ନେତା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ପଞ୍ଚାୟତର ଖରାମାଲ ଗ୍ରାମର ଜଣାଶୁଣା ସମାଜସେବୀ, ଜାମସେଠ ସମବାୟ ସମିତିର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେପି କର୍ମକର୍ତ୍ତା ବେଣୁଧର ବେହେରାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତକାଲି ଜାମସେଠ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଗୁରୁବାର ଶବ ବ୍ୟବଚ୍ଛେଦ ପରେ ତାଙ୍କ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶବ ଖରାମାଲ ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟକ ଗ୍ରାମବାସୀ, ସମର୍ଥକ ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଉପସ୍ଥିତ ରହିଥିଲେ । ବିଜେପି ପରିବାର ପକ୍ଷରୁ ସ୍ୱର୍ଗତ ବେଣୁଧର ବେହେରାଙ୍କ ବାସଭବନକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରାଯାଇଥିଲା । ଏହାସହ ତାଙ୍କ ପାର୍ଥିବ ଶରୀର ଉପରେ ଭାରତୀୟ ଜନତା ପାର୍ଟିର ପତାକା ଅର୍ପଣ କରି ଦଳ ପକ୍ଷରୁ ଶେଷ ସମ୍ମାନ ଜଣାଯାଇଥିଲା । ଅନ୍ତିମ ଯାତ୍ରା ଓ ଶେଷକୃତ୍ୟ କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ଓ କର୍ମକର୍ତ୍ତା ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୂଏ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାମଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପ ସଭାପତି ସୁନିଲ ଅଗ୍ରୱାଲ, ବରିଷ୍ଠ ନେତା କୈଳାସ ଦିଶ୍ରୀ ଏବଂ ମାଣ୍ଡୋସିଲ ମଣ୍ଡଳ ସଭାପତି ଜିତେନ୍ଦ୍ର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେମାନେ ସ୍ୱର୍ଗତ ବେଣୁଧର ବେହେରାଙ୍କ ସମାଜସେବା, ସଂଗଠନ ପ୍ରତି ଅବଦାନ ଓ ଜନସେବା ମନୋଭାବକୁ ସ୍ମରଣ କରି ଗଭୀର ଶୋକ ପ୍ରକାଶ କରିଥିଲେ । ସ୍ୱର୍ଗତ ବେଣୁଧର ବେହେରା ଜଣେ ସରଳ, ମିଷ୍ଟଭାଷୀ ଓ ଜନହିତୈଷୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଖରାମାଲ ଗ୍ରାମ ସହ ପାଇକମାଲ ଅଞ୍ଚଳ ଜଣେ ସମାଜସେବୀ ଓ ସଂଗଠକଙ୍କୁ ହରାଇଥିବା ନେଇ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

yuvodaya
Leave A Reply

Your email address will not be published.