pakka

ପୁରୀରେ ପ୍ରଦର୍ଶିତ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’

bbehera

ପୁରୀ : ରାଜଧାନୀ ଭୁବନେଶ୍ୱର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପରିବେଷିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆଜି ସଂଧ୍ୟା ୬.୩୦ରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଦର୍ଶିତ ହେବ । ଶ୍ରୀଜଗନ୍ନାଥଙ୍କ ମହାପର୍ବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ୧୮ ତାରିଖ ସଂଧ୍ୟା ୬.୩୦ରେ ମଞ୍ଚସ୍ଥ ହେବ ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ । ଗୁଣ୍ଡିଚା‌ ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଏହି ନାଟକ ପ୍ରଦର୍ଶିତ ହେବ । ଏହି ନାଟକ ଦେଖିବା ଲାଗି ଦର୍ଶକଙ୍କୁ କୌଣସି ପ୍ରବେଶ ଦେୟ ପଡ଼ିବ ନାହିଁ ବୋଲି ‘ଚକଲେଟ୍ ପ୍ରଡକସନ୍ସ’ ପକ୍ଷରୁ ସୂଚନା ଦିଆଯାଇଛି । ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନନ୍ୟ ଅଧ୍ୟାୟକୁ ନେଇ ଏହି ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା ।

jay balangir
Leave A Reply

Your email address will not be published.

16 + 17 =