ଗୌରଗୋଠଠାରେ ଶ୍ରୀ ବଡ଼ଦେଓ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୌରଗୋଠଠାରେ ଶ୍ରୀ ବଡଦେଓ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବରୁଆ ଦେହରେ ଶ୍ରୀ ବଡଦେଓ ଆବିର୍ଭାବ ହୋଇ ଭକ୍ତଙ୍କ ସମସ୍ୟା ବୁଝିଥିଲେ । ଏପରିକି ଶ୍ରୀ ବଡଦେଓଙ୍କ ଶରଣ ନେଲେ ମାନସିକ ରୋଗୀ ଆରୋଗ୍ୟ ହୋଇଥାନ୍ତି ଏବଂ ବନ୍ଧ୍ୟା ଦମ୍ପତିଙ୍କ କୋଳ ପୂରି ଥାଏ ବୋଲି ବିଶ୍ୱାସ ରହିଆସିଛି । ରଥୁ ବାବା ଓ କୁଅଁର ବୁଡୁ ସହଯୋଗ କରିଥିବା ବେଳେ ଯାତ୍ରା ଦେଖିବା ପାଇଁ ଶହଶହ ଲୋକଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.

2 × 5 =