ଶୀତ ପାଇଁ ପ୍ରଭାବିତ ହେଲା ଟ୍ରେନ୍‌ ଓ ବିମାନ ଚଳାଚଳ

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ପ୍ରବଳ ଶୀତ । ଗୁରୁବାର ସକାଳେ ମଧ୍ୟ ଦିଲ୍ଲୀ‌ରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି । ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ଏହା ହାରାହାରି ତାପମାତ୍ରାଠାରୁ ଚାରି ଡିଗ୍ରୀ କମ୍ ଅଟେ । ଦିଲ୍ଲୀରେ ସକାଳ ୫.୩୦ ସମୟରେ ମଧ୍ୟମ କୁହୁଡି ହୋଇଥିବା ବେଳେ ଏହାର କିଛି ଅଂଶରେ ଘନ କୁହୁଡ଼ି ଦେଖାଯାଇଥିଲା । ଏହି କାରଣରୁ, ଦିଲ୍ଳୀ ଟ୍ରାଫିକ ଉପରେ ବି ଏହାର ପ୍ରଭାବ ପଡ଼ିଛି । ଜାତୀୟ ରାଜଧାନୀର ମୁଖ୍ୟ ପାଣିପାଗ କେନ୍ଦ୍ର ସଫଦରଜଙ୍ଗ ଏବଂ ପାଲମରେ ଦୃଶ୍ୟତା ସକାଳ ୫.୩୦ରେ ୨୦୦ମିଟର ରେକର୍ଡ କରାଯାଇଥିଲା । କୁହୁଡ଼ି ହେତୁ ଦିଲ୍ଲୀକୁ ଆସୁଥିବା ପ୍ରାୟ ୧୮ଟି ଟ୍ରେନ୍ ସର୍ବାଧିକ ଛଅ ଘଣ୍ଟା ବିଳମ୍ବରେ ଚାଲୁଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ଅନେକ ବିମାନ ବିଳମ୍ବ ହେଉଛି । ଦିଲ୍ଲୀ ବ୍ୟତୀତ ଉତ୍ତର ଭାରତର ଅନେକ ରାଜ୍ୟରେ ଶୀତର ପ୍ରଭାବ ଦେଖିବାକୁ ମିଳିଥିଲା । ବିହାରର ପାଟନାରେ ଶୀତଳ ତରଙ୍ଗ ଜାରି ରହିଛି । ପଞ୍ଜାବ, ହରିଆଣା ଏବଂ ରାଜସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ପାଣିପାଗ ବିଜ୍ଞାନୀ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଶୀତର ପ୍ରଭାବ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ଜାରି ରହିବ । ପଞ୍ଜାବ ଏବଂ ହରିଆଣା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଦିଲ୍ଲୀ ଏବଂ ୟୁପିରେ ଥଣ୍ଡା ତରଙ୍ଗ ଏବଂ କୁହୁଡି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.

one × four =

error: Content is protected !!