csstore

ରକ୍ତଦାନ କ୍ଷେତ୍ରରେ ଅଣ୍ଟା ଭିଡିଛି ନାରୀ ଶକ୍ତି ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରରେ ବଲାଙ୍ଗିର ଜିଲ୍ଲାର ରକ୍ତ ଭଣ୍ଡାର ଠାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀଙ୍କ ଜୀବନ ଯାଉଥିବା ମଧ୍ୟ ନଜରକୁ ଆସୁଛି । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅଣ୍ଟା ଭିଡିଛି ନାରୀ ଶକ୍ତି ଫାଉଣ୍ଡେସନ । ଗୁରୁତର ରୋଗୀମାନଙ୍କୁ ରକ୍ତର ଆବଶ୍ୟକ ରହିଥିଲା ତେବେ ଖବର ପାଇବା ପରେ ନାରୀ ଶକ୍ତି ଫାଉଣ୍ଡେସନର ଉଦ୍ୟମରେ ରକ୍ତଦାତା ଅର୍ପନ କୁମାର ବାବୁ, ମାନଭଞ୍ଜନ ପାଢ଼ୀ, ସୋମେଶ ସ୍ୱରୂପ ମିଶ୍ର, ଟୁନା ଭୋଇ ଏବଂ ସୌମିକ ମହାନ୍ତି ପ୍ରମୁଖ ନିର୍ଭୀକ ଭାବରେ ରକ୍ତ ଦାନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ । ସେଥିପାଇଁ ପାଇଁ ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛି ।

jayashree
Leave A Reply

Your email address will not be published.