pakka

ବରିଷ୍ଠ ନାଗରିକ ସଂଘ ତରଫରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ନବକୃଷ୍ଣ ନଗରର ବରିଷ୍ଠ ନାଗରିକ ସେବା ମଞ୍ଚ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକଶହ ବାଇଶିତମ ଜୟନ୍ତୀ ପୂର୍ବତନ ରାଉରକେଲା ଶିକ୍ଷା ସୋସାଇଟି, ନବକୃଷ୍ଣ ନଗରଠାରେ ପାଳନ କରାଯାଇଛି । ସଭାରେ ସଂଗଠନର ସାଧାରଣ ସମ୍ପାଦକ ଯଦୁମଣି ଦାସ ମହାପାତ୍ର ଅଧ୍ୟକ୍ଷତା କରି ଅତିଥି ଓ ସଭ୍ୟମାନଙ୍କୁ ସ୍ୱାଗତ କରିଥିଲେ । ଆରମ୍ଭରେ ସଂଗଠନର ମୁଖ୍ୟ ବିଶ୍ୱନାଥ ଦାସଙ୍କ ଅକାଳ ମୃତ୍ୟୁ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି ବୃଷକେତୁ ସ୍ୱାଇଁ ସଂଘ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ନାଗରିକ ସଂଘମାନଙ୍କର ସଂଯୋଜକ ସୁମନ ଦତ୍ତ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସହ କଟାଇଥିବା ମୁହୂର୍ତ୍ତମାନ ବର୍ଣ୍ଣନା କରିବା ସହ ସମସ୍ତ ବରିଷ୍ଟ ନାଗରିକମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସମାଜର ଉନ୍ନତି କଳ୍ପେ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଡ଼ାକ୍ତର ଫକୀର ଚରଣ ହୋତା ନବକୃଷ୍ଣ ନଗରର ପ୍ରତିଷ୍ଠା ବିଷୟରେ ବିଶଦ ଆଲୋଚନା କରିବା ସହ ବରିଷ୍ଠ ନାଗରିକମାନେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଉପଦେଶ ଦେଇଥିଲେ । ଛେଣ୍ଡଥାନା ପରିସରରେ ଥିବା ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ସଭାପତି ତଥା ସମ୍ମାନିତ ଅତିଥି ପ୍ରଫେସର ଗିରିଜା ଭୂଷଣ ଗୋସ୍ୱାମୀ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଆଇନ, ସହାୟତା ବିଷୟରେ ବିଶଦ ଆଲୋଚନା କରିଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ବରିଷ୍ଠ ନାଗରିକମାନେ କାହା ଉପରେ ନିର୍ଭର ନହୋଇ ନିଜ ନିଜ ଭିତରେ ଆଲୋଚନା କରି ଆସୁଥିବା ସମସ୍ୟାମାନଙ୍କୁ ସମାଧାନ କରିବା ପାଇଁ ଉପଦେଶ ଦେଇଥିଲେ । ବିଶିଷ୍ଟ ସାମାଜିକ କର୍ମୀ ନୃସିଂହ ଚରଣ ଦାସ ସମସ୍ତେ ଏକଜୁଟ ହୋଇ ଆଗକୁ ବଢିବା ସହିତ ବରିଷ୍ଠ ନାଗରିକ ସଂଘ ପାଇଁ ଏକ ଘର ତିଆରି କରିଦେବେ ବୋଲି ଘୋଷଣା କରିଥିଲେ, ଯାହାକୁ ସମସ୍ତେ ସ୍ୱାଗତ କରିଥିଲେ । ଶେଷରେ ସହସମ୍ପାଦକ ମୁରଲୀଧର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସା, ଭଗବାନ ଜେନା, ଜଳଧର ମଲ୍ଲ, ବରେନ୍ଦ୍ର ସିଂ, କୈଳାସ ମଲ୍ଲିକ, ବସନ୍ତ ଦାସ, ନୀଳମଣି ସାମଲ, ଉମେଶ ଚନ୍ଦ୍ର ତ୍ରିପାଠୀ, ସନାତନ ନାୟକ, ସନ୍ତୋଷ ମର୍ଦରାଜ, ଗଣେଶ ଖମାରି, ସୁବୋଧ ସାହୁ, ରାମକୃଷ୍ଣ ଗୌଡ଼, ଭରତ କୁମାର ନାୟକ, ପୀତବାସ ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

18 + 12 =