pakka

ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ବୁଧବାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଡେଲାଙ୍ଗ ହାଟ ବଜାର ସନ୍ନିକଟ ରାମଚନ୍ଦ୍ରପୁରଠାରେ ଅବସ୍ଥିତ ଶ୍ରୀରାମ ମନ୍ଦିର, ଘୋରଡିଆ ବାରବାଟିର ଶ୍ରୀରାମ ଯଜ୍ଞାଶ୍ରମ ଓ ଘନିପୁର ପଥରପଡିଆ ସାହିର ଶ୍ରୀ ରଘୁନାଥ ମନ୍ଦିର ସମେତ କଲ୍ୟାଣପୁର ବଜାରଠାରେ ସଦ୍‌ଭାବନା ଆଧ୍ୟାତ୍ମିକ ଦାନଶୀଳ ଟ୍ରଷ୍ଟ ପକ୍ଷରୁ ୪୩ତମ ବାର୍ଷିକ ଶ୍ରୀରାମ ନବାହ୍ନ ପାରାୟଣ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାମଚନ୍ଦ୍ରପୁର ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟରେ ପଦ୍ମଚରଣ ସାହୁ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିବା ବେଳେ କଲ୍ୟାଣପୁରରେ ଘନଶ୍ୟାମ ପ୍ରଧାନ ଓ ବାନାମ୍ବର ପ୍ରଧାନ ପ୍ରମୁଖ ଶ୍ରୀରାମ ନବମୀ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତେବେ ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି । ସେହିପରି ଘୋରଡିଆ ବାରବାଟିରେ ଅବସ୍ଥିତ ଶ୍ରୀରାମ ଯଜ୍ଞାଶ୍ରମରେ ଶ୍ରୀରାମ ଭକ୍ତ ମହେନ୍ଦ୍ର ଶ୍ରୀଚନ୍ଦନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶ୍ରୀରାମ ଜନ୍ମୋତ୍ସବ ନୀତିକାନ୍ତି ଷୋଡଶ ଉପଚାରରେ ପୂଜାର୍ଚ୍ଚନା,ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇଛି । ବ୍ଲକର ବିଭିନ୍ନ ଶ୍ରୀରାମ ଓ ମହାବୀର ହନୁମାନ ମନ୍ଦିରରେ ପ୍ରତ୍ୟେହ ସନ୍ଧ୍ୟାରେ ରାମ ନାଟକ, ଶ୍ରୀରାମ ଚରିତ ମାନସ ପାରାୟଣ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jay balangir
Leave A Reply

Your email address will not be published.

15 + 5 =

error: Content is protected !!