pakka

ନବ ଦାସ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧିତ

bbehera

ବଲାଙ୍ଗିର/ପୁଇଁତଲା, (କେପିଏନ୍‌ଏସ୍‌) : କୁରୁଲ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ନବ ଦାସ ଫାଉଣ୍ଡେସନ ତରଫରୁ ପ୍ରଥମ ଶ୍ରାଦ୍ଧବାର୍ଷିକୀ କରାଯାଇଥିଲା । ସରପଞ୍ଚ ଅନୀତା ସେଟଙ୍କ ସଭାପତିତ୍ଵରେ ଓ ଅବସର ପ୍ରାପ୍ତ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଆବାହକତ୍ୱରେ ଏକ ସ୍ମୃତି ସଭା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୮୪ ଘର ଅଘରିଆ ସମାଜ ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ଓ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଯଶୋବନ୍ତୀ ସେଠ । ସ୍ଵର୍ଗତ ନବ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କୁରୁଲ ଦୁର୍ଗାପଡା ମହିଳା କିର୍ତ୍ତନ୍ୟ ମଣ୍ଡଳୀ ଦ୍ଵାରା ଭଜନ ସମାରୋହ କରାଯାଇ ଶିଶୁ କଳାକାର ସ୍ଵାଗତ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲର ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତିନିଜଣ ସମାଜ ସେବୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ଲଲିତା ନାୟକ ଫାଉଣ୍ଡେସନର ସକ୍ରିୟ ସଭ୍ୟ ତଥା ସମାଜ ସେବୀ ବିବେକାନନ୍ଦ ପଟେଲ, ୭୫ ଥର ରକ୍ତଦାନ କରିଥିବା ଭାଲେର ନିବାସୀ ରକ୍ତଦାତା ଶ୍ରୀନିବାସ ନାଏକ ଓ କୁରୁଲ ନିବାସୀ ସମାଜସେବୀ ମାନସିଂହ ସେଟ । ଶେଷରେ ଦିବ୍ୟାଙ୍ଗମାନଙ୍କୁ ସମସ୍ତ ଅତିଥିଙ୍କ ଦ୍ଵାରା ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇ ପ୍ରସାଦ ବଣ୍ଟନ ହୋଇଥିଲା । ଉପସ୍ଥିତ ସଭା ସଦ୍‌ଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଦିଗାମ୍ବର ନାଏକ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସୁଦାମ ପଟେଲ, ଅଶ୍ଵିନୀ ନାଏକ, ସନ୍ତୋଷ କୁମାର ପଟେଲ, ସୁଧୀର ସାହୁ, ସାରଥି ପଟେଲ, ଦ୍ୱାରିକାନଥ ପଟେଲ, ସଞ୍ଜୟ ପଟେଲ, ଦଶରଥ ପୋଢ, ଅନ୍ତର୍ଯ୍ୟାମି ପଟେଲ ଓ ଦୁର୍ଗାପଡା କିର୍ତ୍ତନ୍ୟ ମଣ୍ଡଳୀ ।

jay balangir
Leave A Reply

Your email address will not be published.

nine − two =

error: Content is protected !!