csstore

ମୁରିବାହାଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ଲକସ୍ତରୀୟ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ବ୍ଲକସ୍ତରୀୟ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ସଭାପତିତ୍ୱରେ ତଥା ଶିକ୍ଷକ ଅଶୋକ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳ ମୁଖ୍ୟ ଅତିଥି, ଏବିଇଓ ହୀରା ସିଂ ମାଝୀ, କୋଦଣ୍ଡଧର ଭୋଇ ଓ ବାଲିଖମାର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ମହାକୁର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶହେ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ମ୍ୟୁଜିକ ଚେୟାର ଓ ଚାମଚ ଦୌଡ଼ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ଲକ ଵିଆରଟି ଜୟଗୋପାଳ ଷଡ଼ଙ୍ଗୀ, ନବୀନ କୁମାର ସାହୁ, ଆଇଭି ଯୁଧିଷ୍ଠିର ପଧାନଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଇଓ ଅଫିସ କର୍ମଚାରୀ ନାରାୟଣ ମାଝୀ, ବିଶ୍ଵନାଥ ମେହେର, ରୁପେଶ ସାଣ୍ଡ, ନାରାୟଣ ବେହେରା, ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଵିଆରଟି ଜୟଗୋପାଳ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.