ମୁକୁଳା ପଡ଼ିରହିଛି ଟ୍ରାନ୍‌ସ୍‌ଫର୍‌ମର୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ମୁକୁଳା ପଡ଼ିରହିଛି ଟ୍ରାନ୍‌ସ୍‌ଫର୍‌ମର୍‌ । ପାଟଣାଗଡ଼ ବ୍ଲକ୍ ଫଟମୁଣ୍ଡା ପଞ୍ଚାୟତ ଫଟାମୁଣ୍ଡା ଗାଁର ପ୍ରାଥମିକ ବିଦ୍ୟାଳୟ ବାଡ଼କୁ ଲାଗି ରହିଛି ଦୁଇଟି୧୦୦ କେଭି ଟ୍ରାନ୍‌ସ୍‌ଫର୍‌ମର୍‌ । ଅଥଚ ଏଥିପ୍ରତି କାହାର ନଜର ନଥିବା ଜଣାପଡ଼ିଛି । ଗାଁ ଲୋକ‌ଙ୍କ କହିବା ଅନୁସାରେ ବର୍ଷା ଦିନ ପୋଖରୀ ପାଣି ଖୁଣ୍ଟ ତଳକୁ ଲାଗି ରହୁଛି । ପୁଣି ସବୁବେଳେ ସ୍କୁଲ୍ ଛୁଆ ମାନେ ଯିବା ଆସିବା କରିଥାନ୍ତି । ବିଦ୍ୟୁତ ବିଭାଗର ଏଭଳି ବେପରୁଆ କାମରେ କୌଣସି ଅଘଟଣ ନଘଟିବ ବୋଲି କିଏ କହିବ । ‌ତେବେ ଯଥାଶୀଘ୍ର ଏହି ମୁକୁଳା ପଡ଼ିରହିଥିବା ଟ୍ରାନ୍‌ସ୍‌ଫର୍‌ମର୍‌ କଡ଼ରେ ବାଡ଼ା ଦିଆଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.