jsm

ବ୍ରାହ୍ମଣୀ ନଦୀ କୁଳରୁ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

csstore

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର କପଣ୍ଡ ଗ୍ରାମର ଓରାମ ସାହି ନିକଟ ବ୍ରାହ୍ମଣୀ ନଦୀରୁ ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ସୂଚନାରୁ ପ୍ରକାଶ ଯେ, କପଣ୍ଡ ଗ୍ରାମ ଓରାମ ସାହିର କିଛି ଲୋକ ନିକଟ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ନଦୀ କୂଳରେ ଏକ ମହିଳାଙ୍କ ଶବ ଭାଷୁଥିବା ଦେଖି ଲହୁଣୀପଡ଼ା ପୋଲିସକୁ ଖବର ଦେଇଥିଲେ ଫଳରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ଥିବା ବେଳେ ଏ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମହିଳାଙ୍କ ପରିଚୟ ଖୋଜିବା ସହିତ ତଦନ୍ତ ଜାରି ରଖିଛି ।

yuvodaya
Leave A Reply

Your email address will not be published.