ବୁଦା ଭିତରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ

ଭଞ୍ଜନଗର : ବୁଦା ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବଜରଗୁମା ଗ୍ରାମ ନିକଟ ଏକ ବୁଦା ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘଟଣାସ୍ଥଳରେ ସୋରଡ଼ା ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଦେଇଛନ୍‌ନ୍ତି । ସ୍ଥାନୀୟ ଲୋକେ ଏହି ବାଟ ଦେଇ ଯାଉଥିବା ବେଳେ ଦୁର୍ଗନ୍ଧ ହେବାରୁ ଖୋଜା ଖୋଜି କରିଥିଲେ । ଓ ନିକଟସ୍ଥ ବୁଦାମୂଳେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତ ମହିଳାଙ୍‌ଙ୍କ ମୁହଁ ସମ୍ପୂର୍ଣ ପୋଡି ଯାଇଥିବାରୁ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ଜଣାପଡି ନଥିବା କୁହାଯାଉଛି । ତାଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ଏବଂ ସେ ବିବାହିତା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.