pakka

ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

bbehera

ଟାଙ୍ଗୀ : ଚିଲିକା ମଧ୍ୟରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଚିଲିକା ମଧ୍ୟରେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଭାସୁଥିବା କେତେକ ମତ୍ସ୍ୟଜୀବୀ ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ମତ୍ସ୍ୟଜୀବୀ ଜଣଙ୍କ ସ୍ଥାନୀୟ ସାମନ୍ତରାୟପୁର ଗ୍ରାମର ଯୁବ ମତ୍ସ୍ୟଜୀବୀ ମୁନ୍ନା ଦିହୁଡି ବୋଲି ସୂଚନା ମିଳିଛି । ମୃତ ଯୁବ ମତ୍ସ୍ୟଜୀବୀ ମୁନ୍ନା ଦିହୁଡିଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ବାଲୁଗାଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

jay balangir
Leave A Reply

Your email address will not be published.

19 + eighteen =