ସିରିଜ୍ ଦୁର୍ଘଟଣାରେ ୩ ମୃତ

ବୋରିଗୁମା : ବୋରିଗୁମ୍ମା ବିଜାପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଛତିଶଗଡ଼ ଜଗଡଲପୁରରୁ ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଆସୁଥିଲା । ଆରପଟରୁ ଏକ ବାଇକ, ଟ୍ରାକ୍ଟର ଓ ଅଟୋ ଯାଉଥିଲା । ସ୍କର୍ପିଓ ଦ୍ରୁତ ଗତିରେ ଆସି ପ୍ରଥମେ ବାଇକ ଏବଂ ଅଟୋକୁ ଧକ୍କା ଦେଇ ଏକ ନାଳ ମଧ୍ୟକୁ ଚାଲି ଯାଇଥିଲା । ଫଳରେ ଅଟୋ ଏବଂ ବାଇକ ଛିଟିକି ପଡିଥିଲା । ଅଟୋରେ ପ୍ରାୟ ୧୫ରୁ ଅଧିକ ଯାତ୍ରୀ ବସିଥିଲେ । ଅଟୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସମସ୍ତ ଗୁରୁତରଙ୍କୁ ବୋରିଗୁମ୍ମା ମେଡ଼ିକାଲରେ ଚିକିତ୍ସା କରାଯାଇଛି । ଅତି ଗୁରୁତରଙ୍କୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

seventeen + thirteen =