pakka

ଟ୍ରକ୍‌ ଧକ୍କାରେ ମହିଳା ମୃତ

bbehera

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ-ସାନବରଣ୍ଡି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମିନିଟ୍ରକ୍‌ ଧକ୍କାରେ ଜଣେ ମହିଳା ମୃତ । ଖବର ଅନୁସାରେ ଗୌରିମଣୀ ଉମରକୋଟ-ସାନବରଣ୍ଡି ଜାତୀୟ ରାଜପଥ ପାର୍ ହେଉଥିଲେ । ଏହି ସମୟରେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଗୌରିମଣୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏପରି ମର୍ମନ୍ତୁଦ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସାନବରଣ୍ଡି ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଦୁର୍ଘଟଣା ଘଟାଇଥିବାଗାଡିର ହେଲ୍‌ପର୍‌ ଏବଂ ଡ୍ରାଇଭରଙ୍କୁ ଗ୍ରାମବାସୀମାନେ ଅଟକ ରଖିଛନ୍ତି ।

jay balangir
Leave A Reply

Your email address will not be published.

eight + eighteen =